Masthead

ପୂଜାପରେ ଅଳିଆ ଗଦାରେ ୪ରୁ ଅଧିକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଠାକୁର ପୂଜା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ଫ୍ୟାସନ ପାଲଟି ଗଲାଣି। ଠାକୁର ଭସାଣି ପାଇଁ ଡିଜେ ସହିତ ନାଚ ଏବଂ ବାଣ ରୋଷଣୀ ସହ ଶୋଭାଯାତ୍ରା ହେଲା । ଗାଁ ପରିକ୍ରମା ବି କରାଗଲା ।  ନାଚରେ ମସଗୁଲ ହୋଇଗଲେ ସାରା ଗାଁର ଯୁବକ । ଶେଷରେ ଆସି ଭୋଜି ଭାତର ଆସର ଜମିଲା । ହେଲେ ଯାହାଙ୍କ ପାଇଁ ଏତେ କଥା ତାଙ୍କୁ ନଦୀ କିମ୍ବା ପୁଷ୍କରଣୀରେ ବିସର୍ଜନ କରିବାକୁ ଭୁଲିଗଲେ ।

୪ରୁ ଅଧିକ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ପୁରୁଣା ଲକ୍ଷ୍ମୀ ମନ୍ଦିର ପାଖରେ । ସୂଚନା ମୁତାବକ ଆଜକୁ କିଛି ଦିନହେବ ଲକ୍ଷ୍ମୀ ନାରାୟଣ ମନ୍ଦିରରେ କୁମାର ଉତ୍ସବ ପାଳନ ହୋଇଥିଲା । ଏଥିରେ ମାଟିରେ ତିଆରି ଭଗବାନଙ୍କ ମୂର୍ତ୍ତି କରାଯାଇଥିଲା । ହେଲେ ପୂଜା ସରିବାର ପରେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ନଦୀ ଏବଂ ପୋଖରୀରେ ବିସର୍ଜନ କରିବା ପରିବର୍ତ୍ତେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ମନ୍ଦିର କମିଟି କେମିତି ଜାଣି ପାରିଲା ନାହିଁ ସାଧାରଣ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା