Masthead

ପୂଜାପରେ ଅଳିଆ ଗଦାରେ ୪ରୁ ଅଧିକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଠାକୁର ପୂଜା ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ଫ୍ୟାସନ ପାଲଟି ଗଲାଣି। ଠାକୁର ଭସାଣି ପାଇଁ ଡିଜେ ସହିତ ନାଚ ଏବଂ ବାଣ ରୋଷଣୀ ସହ ଶୋଭାଯାତ୍ରା ହେଲା । ଗାଁ ପରିକ୍ରମା ବି କରାଗଲା ।  ନାଚରେ ମସଗୁଲ ହୋଇଗଲେ ସାରା ଗାଁର ଯୁବକ । ଶେଷରେ ଆସି ଭୋଜି ଭାତର ଆସର ଜମିଲା । ହେଲେ ଯାହାଙ୍କ ପାଇଁ ଏତେ କଥା ତାଙ୍କୁ ନଦୀ କିମ୍ବା ପୁଷ୍କରଣୀରେ ବିସର୍ଜନ କରିବାକୁ ଭୁଲିଗଲେ ।

୪ରୁ ଅଧିକ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ପୁରୁଣା ଲକ୍ଷ୍ମୀ ମନ୍ଦିର ପାଖରେ । ସୂଚନା ମୁତାବକ ଆଜକୁ କିଛି ଦିନହେବ ଲକ୍ଷ୍ମୀ ନାରାୟଣ ମନ୍ଦିରରେ କୁମାର ଉତ୍ସବ ପାଳନ ହୋଇଥିଲା । ଏଥିରେ ମାଟିରେ ତିଆରି ଭଗବାନଙ୍କ ମୂର୍ତ୍ତି କରାଯାଇଥିଲା । ହେଲେ ପୂଜା ସରିବାର ପରେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ନଦୀ ଏବଂ ପୋଖରୀରେ ବିସର୍ଜନ କରିବା ପରିବର୍ତ୍ତେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ମନ୍ଦିର କମିଟି କେମିତି ଜାଣି ପାରିଲା ନାହିଁ ସାଧାରଣ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ