Masthead

୧.୪ କୋଟି ପିଲା ନେବେ ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟି ପିଲା ରହିଛନ୍ତି। ୧୮ବର୍ଷରୁ ଅଧିକ ୩.୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେ‌ବେ ପିଲାଙ୍କ ପାଇଁ କେନ୍ଦ୍ରର ଗାଇଡଲାଇନ୍ ଓ ଟିକାର ଉପଲବ୍ଧତାକୁ ବିଚାରକୁ ନେଇ ଟିକାକରଣ ପ୍ଲାନିଂ କରାଯିବ। ସୂଚନା ଅନୁସାରେ,୨ରୁ ୧୮ବର୍ଷ ବୟସର ‘କୋଭାକ୍ସିନ୍’ ଟିକା ପ୍ରଦାନ ଲାଗି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଅନୁମୋଦନ ଦେଇଛନ୍ତି । ଖୁବଶୀଘ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିପାରନ୍ତି। ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମୋଦନ ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।

ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟିରୁ ଅଧିକ ପିଲା ରହିଛନ୍ତି। ଗାଇଡଲାଇନ୍‌ ଆସିବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ଟାସ୍କଫୋର୍ସର ରିପୋର୍ଟ ଅନୁଯାୟୀ ଡିସିଜିଆଇ ଟିକାକୁ ଅନୁମୋଦନ କରିବେ। କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ରାଜ୍ୟକୁ ପ୍ରତି ମାସରେ କେତେ ଟିକା ଆବଣ୍ଟିତ ହେବ ତାହା ସ୍ପଷ୍ଟ ହୋଇପାରିବ। ରାଜ୍ୟରେ ଟିକା ଦେବା ଲାଗି ଭ୍ୟାକ୍ସିନେଟରଙ୍କ ଅଭାବ ନାହିଁ। ଯେହେତୁ ପୂର୍ବରୁ ଶିଶୁମାନଙ୍କୁ ଡିପିଟି ଓ ପୋଲିଓ ଟିକା ଦିଆଯାଉଥିଲା, ତେଣୁ ରାଜ୍ୟରେ ପିଲାଙ୍କ ଟିକାକରଣରେ କୌଣସି ସମସ୍ୟା ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’