Masthead

୭ ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟନାରାୟଣ ପାତ୍ର । ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ଗଞ୍ଜାମ ରାଜନୀତିର ଭୀଷ୍ମପିତାମହ । ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ବେଶ ଜଣାଶୁଣା । ୭ ଥରର ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । କାଉନସିଲରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସୂର୍ଯ୍ୟନାରାୟଣ ପାତ୍ର । ୧୯୪୮ ଡିସେମ୍ବର ୨୪ରେ ତାଙ୍କର ଜନ୍ମ ହୋଇଥିଲା । ୧୯୭୭ ମସିହାରେ ବ୍ରହ୍ମପୁର ମୁନିସିପାଲଟିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଜନତା ଦଳରେ ଯୋଗ ଦେଇଥିଲେ । କାଉସିଲରରୁ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଭାବେ ସେ ଅନେକ ଦାୟିତ୍ୱ ତୁଲାଇଛନ୍ତି । ରାଜ୍ୟବାସୀଙ୍କ ପାଇଁ କାମ କରିଛନ୍ତି । ୧୯୯୦ରେ ଜନତା ଦଳରୁ ଟିକେଟ ପାଇ ପ୍ରଥମ ଥର ପାଇଁ ମୋହନା ନିର୍ବାଚନମଣ୍ଡଳୀରୁ ଲଢିଥିଲେ ।

ଏବଂ ବିଧାୟକ ମଧ୍ୟ ହୋଇଥିଲେ । ଆଉ ଏଇଠୁ ହିଁ ଗଞ୍ଜାମ ରାଜନୀତିରେ ଲମ୍ବା ରେସର ଘୋଡା ସାଜିଥିଲେ ସୂର୍ୟ୍ୟ ନାରାୟଣ ପାତ୍ର । ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ଧରି ଜନତା ଦଳରୁ ସେ ମୋହନାର ବିଧାୟକ ରହିଥିଲେ । ଏହାପରେ ବିଜେଡି ଟିକେଟରୁ ୨ଥର ମୋହନାରୁ ବିଧାୟକ ହୋଇଛନ୍ତି । ୨୦୦୯ରେ ନିର୍ବାଚନ ମଣ୍ଡଳି ପରିବର୍ତ୍ତନ କରିବା ସହିତ ଦିଗପହଣ୍ଡିରୁ ନିର୍ବାଚନ ଲଢିଥିଲେ । ୧୯୯୦ରେ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ୨୦୦୯ରୁ ସେ ଦିଗପହଣ୍ଡି ଆସନରୁ ୩ ଥର ବିଧାନସଭାକୁ ଯାଇଥିଲେ ।

୨୦୦୦ ମସିହାରୁ ୨୦୧୯ ଯାଏଁ ସେ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ରହିଥିଲେ । ରାଜସ୍ୱ, ସମବାୟ, ଶକ୍ତି, ବିଜ୍ଞାନ ବିଭାଗର ଦାୟୀତ୍ୱ ତୁଲାଇଥିଲେ । ଏଥିସହ କାରିଗରି କୌଶଳ, ପରିବେଶ, ପର୍ୟ୍ୟଟନ ଆଦି ବିଭାଗର ମନ୍ତ୍ରୀ ମଧ୍ୟ ରହି ଆସିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ୨୦୧୯ରେ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ତାଙ୍କ ସମୟରେ ଇ-ବିଧାନସଭା ଉପରେ ଗୁରୁତ୍ୱ ଦିଆଯାଇଥିଲା । ନିଜ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ ସୂର୍ୟ୍ୟ । ଶକ୍ତି ବିଭାଗ ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପର୍ୟ୍ୟଟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ସୂର୍ୟ୍ୟ ପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ