Masthead

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ଚନ୍ଦାହାଣ୍ଡି, (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଶବବାହକ ଗାଡି ନମିଳିବାରୁ ଦୀର୍ଘ ୩ଘଣ୍ଟା ମେଡିକାଲରେ ପଡି ରହିଥିଲା ମୃତଦେହ । ଚନ୍ଦାହାଣ୍ଡି ଝରିଆସାହିର ମନୋହର ସିହ୍ନାଙ୍କ ଝିଅ ଜୟନ୍ତୀ ଚିକିତ୍ସାଧୀନ ଥାଇ ମୃତ୍ୟୁ ହୋଇଥିଲା । ଶବକୁ ନେବାକୁ ଆମ୍ବୁଲାନ୍ସ ନ ମିଳିବାକୁ ନେଇ ମେଡିକାଲରେ ଉତ୍ତେଜନା ଲାଗିରହିଥିଲା । ଝରିଗାଁ ବିଧାୟକ ପ୍ରକାଶଚନ୍ଦ୍ର ମାଝୀଙ୍କ ସହଯୋଗରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଆସିବା ପରେ ମୃତଦେହକୁ ପରିବାର ଲୋକେ ଘରକୁ ଆଣି ଦାହ କରିଛନ୍ତି ।

ବୁଧବାର ଠାରୁ ଜ୍ୱରରେ ପୀଡ଼ିତଥିଲେ ଜୟନ୍ତୀ । ପରିବାର ଲୋକେ ଚିକିତ୍ସା ଲାଗି ମେଡିକାଲକୁ ନନେଇ ଘରୋଇ ଉପଚାର କରିଥିଲେ । ଶୁକ୍ରବାର ଗୁରୁତର ହେବାରୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଜୟନ୍ତୀତଙ୍କୁ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଘରକୁ ଆଣିବା ଲାଗି ଆମ୍ବୁଲାନ୍ସଟିଏ ମିଳିନଥିଲା । କରୋନା କଟକଣା ଯୋଗୁଁ ବେସରକାରୀ ଗାଡି ମିଳିନଥିଲା । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଲାଗିରହିଥିଲା । ଏ ସଂପର୍କ ରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ଅବଗତ ନଥିଲେ । ଆଗାମୀଦିନରେ ଏଭଳି ନହେଉ, ମେଡିକାଲରେ ଶବବାହକ ଗାଡ଼ି ରହୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ