Masthead

ସାବଧାନ ! ବୁଲୁଛି ‘ମଦୁଆ ଧରା ଗାଡ଼ି’

ବ୍ରହ୍ମପୁର( ବଡ଼ ଖବର ବ୍ୟୁରୋ ): ମଦ୍ୟପମାନେ ହୋଇଯାଆନ୍ତୁ ସାବଧାନ। ବ୍ରହ୍ମପୁର ସହରରେ ବୁଲୁଛି ମଦୁଆ ଧରା ଗାଡି । ଯେଉଁମାନେ ରାସ୍ତା କଡ଼ରେ ମଦ୍ୟପାନ କରୁଛନ୍ତି, ନିଶାଶକ୍ତ ହୋଇ ରାସ୍ତାରେ ପଡ଼ୁଛନ୍ତି ଅବା ମଦ ପିଇ ଗାଡି ଚଳାଉଛନ୍ତି ସେମାନେ ହୋଇଯାଆନ୍ତୁ ସାଧାନ।  ମଦୁଆ ଧରା ଗାଡ଼ିରେ ସେମାନଙ୍କୁ ଉଠାଇନେଉଛି ପୋଲିସ। ବିଶେଷକରି ପର୍ବ ପର୍ବାଣୀ ସମୟରେ ବ୍ରହ୍ମପୁର ସହରରେ ମଦୁଆମାନେ ନିଶାସକ୍ତ ଅବସ୍ଥାରେ ନାନା ଉତ୍ପାତ ଥାଆନ୍ତି। ଯାହା ଜନସାଧାରଣଙ୍କୁ ଭୟବିତ ଓ ଅସ୍ତବ୍ୟସ୍ତ କରିଥାଏ। ତେଣୁ ଏହାକୁ  ନଜରରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ଏଭଳି ଅଭିନବ ପ୍ରୟାସ ।

ଭଲକରି ଦେଖନ୍ତୁ ଏଗାଡ଼ିକୁ, ଏହି ଗାଡିରେ ଓଡ଼ିଆରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ମଦୁଆ ଧରା ଗାଡି’ । ଗାଡିରେ ଚାଳକଙ୍କ ସହ ପୋଲିସ ଅଧିକାରୀ ମାନେ ରହୁଛନ୍ତି । ମଦୁଆମାନଙ୍କୁ ଧରି ଗାଡି ଭିତରେ ପୁରାଇ ବାହାର ତାଲା ପକାଇ ପକାଇଦେଉଛନ୍ତି । କେବଳ ମଦୁଆ ନୁହେଁ ଜୁଆଡିଙ୍କୁ ମଧ୍ୟ ଏହି ଗାଡି ଉଠାଇ ନେଉଛି ପୋଲିସ । ଯେଉଁମାନେ ମଦ ପିଇ ବେପରୁଆ ଗାଡି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯାଉଥିବା ମଧ୍ୟ କୁହାଯାଉଛି । ତେବେ ପୋଲିସର ଏଭଳି ପଦକ୍ଷେପକୁ ବ୍ରହ୍ମପୁରବାସୀ ସ୍ୱାଗତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ