Masthead

ଜଙ୍ଗଲି ବାରହା ଉଦ୍ଧାର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଜୀବଜନ୍ତୁ। ଜଙ୍ଗଲ ନଷ୍ଟ ଏବଂ ଅବାଧ ଶିକାର ବୃଦ୍ଧି ପାଉଥିବାରୁ ବନ୍ୟଜନ୍ତୁଙ୍କ ଆବାସସ୍ଥଳ ନଷ୍ଟ ହେବାରେ ଲାଗିଛି। ଖାଦ୍ୟାଭାଵ ଯୋଗୁ ଏବେ ଗାଁ ମୁହାଁ ହେଉଛନ୍ତି ବନ୍ୟପ୍ରାଣୀ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ବିଭିନ୍ନ ସମୟରେ ହାତୀ, ବାରହା, ହରିଣ, ଅଜଗର, ଭାଲୁ, କଲରାପତରିଆ ବାଘ ଆଦି ଜୀବଜନ୍ତୁ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ୩୦ କେଜି ଓଜନର ଏକ ବାରହା ବାରଙ୍ଗ ଥାନା ନିକଟ ସୀତାରାମ ବଜାର କଲୋନୀ ଅଞ୍ଚଳକୁ ଚାଲିଆସିଥିଲା। ସମ୍ପୃକ୍ତ କଲୋନୀରେ ଥିବା ଏକ ପରିତ୍ୟକ୍ତ କୂଅରେ ବାରହାଟି ପଡ଼ିଯାଇଥିଲା। ସକାଳେ ଲୋକେ କିଛି ଶବ୍ଦ ଶୁଣି କୂଅ ନିକଟକୁ ଯିବାବେଳେ ବାରହାଟି କୂଅ ଭିତରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ଚନ୍ଦକା ଏବଂ ନନ୍ଦନକାନନ ବନବିଭାଗ ସମେତ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ବାରହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ତାକୁ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଉଦ୍ଧାର ବାରହାର ବୟସ ଏକବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବାରମ୍ବାର ଏଭଳି ବନ୍ୟଜନ୍ତୁ ଜନବସତି ଅଞ୍ଚଳକୁ ଚାଲିଆସୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନବିଭାଗ ଉଚିତ ପଦକ୍ଷେପ ନେଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ