Masthead

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଋଷି

ନାକଟିଦେଉଳ, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଧାତୁକିମାଳ ଗାଁର ଋଷି ଭୋଇ । ବୟସ ୬୫ ଛୁଇଁଲାଣି । ଆଦିବାସୀ ଗରିବ ଶ୍ରେଣୀର ଋଷିଙ୍କ ଲାଗି ସରକାରୀ ସହାୟତା ସାତସପନ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି ସେ । ପ୍ରତିଶ୍ରୃତି ବିନା ଆଉ କିଛି ସୁଫଳ ମିଳିନାହିଁ ।

ଋଷିଙ୍କ ପରିବାର କହିଲେ ଦୁଇପୁଅ ଓ ସ୍ତ୍ରୀ । ପରଘରେ ମୂଲ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ଝାଟିମାଟି ନୁଆାଁଣିଆ ଚାଳଘରେ ରହୁଛନ୍ତି ୪ପ୍ରାଣୀ । ୨ ବଖରାରେ ଚଳିବା କଷ୍ଟକର ନିଶ୍ଚୟ । ଆବାସ ଯୋଜନାରେ ପକ୍କାଘର ଲାଗି ସରପଞ୍ଚଙ୍କୁ ବାରମ୍ବାର ନିବେଦନ କରିଥିଲେ ସୁଦ୍ଧା ସେ ଦୃଷ୍ଟି ଦେଉନଥିବା ଋଷି କହିଛନ୍ତି । ୬୦ ବର୍ଷରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦେଉଛନ୍ତି ସରକାର । ଋଷିଙ୍କୁ ୬୫ ହୋଇଥିଲେ ସୁଦ୍ଧା ଭତ୍ତା ମିଳୁନାହିଁ । ୩ଥର ଭତ୍ତା ଲାଗି ଆବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଏବେ ବି ସହାୟତା ଆଶାରେ ଚାହିଁ ରହିଛନ୍ତି । ସହାୟତା ମିଳିଲେ ପରିବାର ଭଲରେ ଚଳିପାରନ୍ତା ବୋଲି କହିଛନ୍ତି ଋଷି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା