Masthead

ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ଘଟଣା, ଆଇଟିଆର ସିନିୟର ଅଫିସର ଗିରଫ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ଵର ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ଘଟଣା । ଗିରଫ ହେଲେ ଆଇଟିଆର ସିନିୟର ଅଫିସର । ପାକିସ୍ତାନ ଏଜେଣ୍ଟକୁ ଦେଉଥିଲେ ତଥ୍ୟ । ହନି ଟ୍ରାପ୍ରେ ଶିକାର ହୋଇ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଉଥିଲେ । ଏନେଇ ଆଜି ବାଲେଶ୍ଵର ଆଇଜି ସୁଧାଂଶୁ ଶେଖର ନାଲ୍ ଓ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗତ ୨୦୨୧ ସେପ୍ଟେମ୍ବର ୧୪ ରେ ମଧ୍ୟ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ଲିକ୍ କରି ୫ ଜଣ ଠିକା କର୍ମଚାରୀ ଗିରଫ ହୋଇଥିବା ବେଳେ ଏବେ ଆଇଟିଆରର ବଡ଼ ଟେକ୍ନିକାଲ ଅଫିସର ଧରା ପଡ଼ି ଗିରଫ ହେବା ପ୍ରଥମ କଥା । ତେବେ ଗିରଫ ହୋଇଥିବା ଅଫିସର ଜଣକ ଦୀର୍ଘ ଏକ ବର୍ଷ ଧରି ପାକିସ୍ତାନ ର ଜଣେ ହନି ଟ୍ରାପ୍ ସହ ଭିଡ଼ିଓ ବାର୍ତ୍ତାଳାପ କରିବା ଏବଂ ମନି ଟ୍ରାଞ୍ଜାକ୍ସନ କରିଥିବା କଥାକୁ ବର୍ତ୍ତମାନ ଗୁପ୍ତ ରଖାଯାଇଛି । ଗିରଫ ହୋଇଥିବା ଅଫିସର ଜଣକ ହ୍ୱାଟ୍ସଆପ ଜରିଆରେ ଅଶ୍ଳୀଳ ଚାଟ ମଧ୍ୟ କରିଥିବା କିଛି ତଥ୍ୟ ଜବତ ହୋଇଥିବା ମୋବାଇଲ ରୁ ବହୁ ଗୁରୁତ ପୂର୍ଣ୍ଣ ତଥ୍ୟ ରହିଛି । ସବୁଠାରୁ ବଡ଼ କଥା ଯେ ଗିରଫ ଅଫିସର୍ ଜଣକୁ ଆଇଟିଆର ର ଆଉ କେହି ସାହାଯ୍ୟ କରୁଥିଲେ କି ନାହିଁ ଯାହା ଏବେ ତଦନ୍ତ ଭୁକ୍ତ ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ