Masthead

ଗାୟତ୍ରୀମନ୍ତ୍ର ଜପ କଲେ ଭଲ ହୋଇଯିବ କରୋନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାୟତ୍ରୀମନ୍ତ୍ର ଜପ କଲେ ଭଲ ହୋଇଯିବ କରୋନା । ଏନେଇ ଏମ୍ସ ଋିଷିକେଶ ଆରମ୍ଭ କରିଛି ଗବେଷଣା । କୋଭିଡ ଆକ୍ରାନ୍ତ ରୋଗୀଙ୍କ ଉପରେ ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ଏବଂ ପ୍ରାଣାୟମର କି ପ୍ରଭାବ ରହିଛି ତାହା ଉପରେ ଗବେଷଣା ଚାଲିଛି । ଏଥିପାଇଁ ୨୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୧୦ ଜଣଙ୍କୁ ସାମିଲ କରାଯାଇଛି ।

ଗୋଟିଏ ଗ୍ରୁପର ରୋଗୀଙ୍କୁ ପ୍ରୋଟୋକଲ ଅନୁଯାୟୀ କେବଳ କରୋନା ଚିକିତ୍ସା କରାଯାଉଛି । ଅନ୍ୟ ଗ୍ରୁପର ରୋଗୀଙ୍କୁ କରୋନା ଚିକିତ୍ସା ସହ ସେମାନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ କୁହାଯାଇଛି । ଏବଂ ଏହାସହ ସକାଳେ ଓ ସଂନ୍ଧ୍ୟାରେ ଦୈନିକ ଏକ ଘଂଟାଏ ଲେଖାଁଏ ପ୍ରାଣାୟମ କରିବାକୁ ଦିଆଯାଇଛି ପରାମର୍ଶ । ୧୪ ଦିନ ଧରି ଏହାକୁ ଅନୁଧାନ କରିବ ଏମ୍ସ ଋିଷିକେଶର ବିଶେଷଜ୍ଞ ।

୨ଟି ଯାକ ଗ୍ରୁପରେ ଥିବା ରୋଗୀଙ୍କ ଶରୀରରେ ସଂକ୍ରମଣ କିପରି ରହୁଛି ଓ ଅନ୍ୟାନ୍ୟ ପ୍ରତିକ୍ରିୟାକୁ ପ୍ରତିଦିନ ରେକର୍ଡ କରାଯିବ । ଏହି ଗବେଷଣାକୁ ସହାୟତା ଯୋଗାଇ ଦେଉଛି କେନ୍ଦ୍ର ବିଜ୍ଞାନ ଓ କାରିଗର ବିଭାଗ । ତେବେ ଗବେଷଣା ବିଷୟରେ ସବିଶେଷ ଦେବାକୁ ମନାକରିଛନ୍ତି ଏମ୍ସ ଋିଷିକେଶ କର୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା