Before Header

ତାରାତାରିଣୀ ମନ୍ଦିରରେ ଜଳିଗଲା ଘର

0 19

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଥିବା ଦୀପଦାନ ଗୃହରେ ନିଆଁ । ତିନୋଟି ଦୀପଦାନ ଗୃହରେ ନିଆଁ ଲାଗିଛି । ସେଥିମଧ୍ୟରୁ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ ଜଳି ଯାଇଛି ନଷ୍ଟ ହୋଇଯାଇଛି । ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁ ମହାଦୀପ ଜାଳି ଥିବାବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା ।

ଯାହା ଫଳରେ ନିଆଁ ଏତେ ମାତ୍ରାରେ ଲାଗିଥିଲା ଯେ ନିଆଁକୁ ଆୟତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଦମକଳ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ଏହି ଘଟଣାରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତ ମାନଙ୍କ କ୍ଷୟକ୍ଷତି ହୋଇ ନଥିବା ଜଣା ପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Leave A Reply

Your email address will not be published.