Masthead

ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ ସରକାର !

ବଡ଼ ଖବର ବ୍ୟୁରୋ: କରୋନା ଭାଇରସ ବିରୋଧରେ ବ୍ରିଟେନର ଲଢେଇ ଇତିହାସର ସବୁଠାରୁ ବଡ଼ ବିଫଳତା । ଏହା ଗତ ୧୦୦ ବର୍ଷର ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି । ଏବଂ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ଖରାପ ମନୋଭାବ ଲୋକଙ୍କୁ ମୃତ୍ୟୁ ଆଡ଼କୁ ଠେଲିଦିଏ । କାହିିଁକିନା କରୋନା ମହାମାରୀ ବିରୋଧରେ ସରକାରଙ୍କ ମନୋଭାବ ଅତ୍ୟନ୍ତ ଦୁର୍ବଳ ଥିଲା । ଯାହା ଦ୍ୱାରା ଲୋକମାନେ ମୃତ୍ୟୁ ମୁଖ୍ୟରେ ପଡ଼ୁଥିଲେ । କେବଳ ଏତିକି ନୁହେଁ ବରଂ ଯଦି ଆମେ ଅନ୍ୟ ଦେଶ ସହ ବ୍ରିଟେନକୁ ତୁଳନା କରିବା ତାହାଲେ ବ୍ରିଟେନ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା । ସେପଟେ ୨୩ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବ୍ରିଟେନ ଲକଡାଉଡ଼ ଲାଗୁ କରାଯାଇ ନଥିଲା । ହେଲେ ଅନ୍ୟଦେଶମାନଙ୍କରେ କରୋନା ବିସ୍ତାର ହେବା ମାତ୍ରେ ଲକଡାଉନ ଘୋଷଣା କରାଯାଇଥିଲା ।

କିନ୍ତୁ ବ୍ରିଟେନ ସରକାର ଲକଡାଉନ ଘୋଷଣା କରିନଥିଲେ । ଶେଷରେ ୨୩ ମାର୍ଚ୍ଚ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ବନ୍ଦ ଡାକରା ଦେଇଥିଲେ । ଏହା ସହ କରୋନା ମୁକାବିଲା ପାଇଁ ଗଠିତ କମିଟି ଗଠନ ହେବାର ଦୁଇମାସ ପରେ ଏକ ବୈଠକ ମଧ୍ୟ କରିଥିଲେ । ଦେଶରେ କରୋନା ଅବସ୍ଥା ବିଗିଡ଼ିବାର ଏ ହେଉଛି ପ୍ରଥମ କାରଣ । ପରେ ସାରା ଦେଶରେ କରୋନା ଅଣାୟତ୍ତ୍ୱ ହେବାରେ ଲାଗିଥିଲା । ଏବଂ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢିଥିଲା । ଏହା ଛଡ଼ା ବ୍ରିଟେନରେ ପ୍ରଥମ କରୋନା ପରୀକ୍ଷା କରାଯାଇଥିଲା । ଏହା ସତ୍ତେ୍ୱ ସେଠାରେ କରୋନା ପରିସ୍ଥିତି ଅତ୍ୟନ୍ତ ସଙ୍କଟାପୂର୍ଣ୍ଣ ରହିଥିଲା । ଏହା ହିଁ ପ୍ରମାଣ କରେ ଯେ ସରକାରଙ୍କ ମନୋଭାବ କେତେ ଖରାପ ଥିଲା । ଏପରିକି ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି ମହାମାରୀ ସମ୍ଭାବ୍ୟ କ୍ଷତି ଜାଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’