Masthead

ରେଢ଼ାଖୋଲ ବନ ଖଣ୍ଡରୁ ପୁରୀ ଗଲା ରଥ କାଠ

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବାକୁ ଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ରଥ କାଠ ପୁରୀ ପଠାଯାଇଛି । ନାକଟିଦେଉଳ ବ୍ଲକ ଅଞ୍ଚଳରୁ ପ୍ରଥମ କରି ଚଳିତ ବର୍ଷ ଏହି ରଥ କାଠ ପୁରୀ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଭାବାବେଗ ଦେଖାଦେଇଥିଲା ।

ବ୍ଲକର ଗିରିଶଚନ୍ଦ୍ରପୁର ବନାଞ୍ଚଳ ଖୋଲଗଡ଼ ସଂରକ୍ଷିତ ଜଙ୍ଗଳର ସଡୋ ଗ୍ରାମରୁ ବୁଧୁବାର ଏହି ରଥ କାଠ ବନ ବିଭାଗ ପକ୍ଷରୁ ଶ୍ରୀକ୍ଷେତ୍ର ପଠା ଯାଇଛି । ସମ୍ପୂର୍ଣ୍ଣ ବୈଦିକ ରୀତି ନୀତିରେ ପୂଜା ଏବଂ ହୋମ କାର୍ଯ୍ୟ ପରେ ରଥ କାଠ ଗୁଡିକୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ୮୪ ଖଣ୍ଡ ଧଉରା ଏବଂ ୪ ଖଣ୍ଡ ଅସନ କାଠ ଗଣ୍ଡି ବୋଝେଇ ତିନୋଟି ଟ୍ରକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ରାସ୍ତାରେ ଗଲାବେଳେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ରଥ କାଠ ବୋଝେଇ ଟ୍ରକକୁ ସ୍ୱାଗତ କରି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଵା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଚଳିତ ବର୍ଷ ପ୍ରଥମ କରି ଏହି ଅଞ୍ଚଳରୁ ପୁରୀକୁ ରଥ କାଠ ଯାଇଥିବାରୁ ଅଞ୍ଚଳ ବାସୀ ନିଜକୁ ଧନ୍ୟ ମନେ କରୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଥିବା ବେଳେ ମହାପ୍ରଭୁଙ୍କ ସେବାରେ ଆମେ କିଞ୍ଚିତ ମାତ୍ରାରେ ସକ୍ରିୟ ଅଂଶ ଗ୍ରହଣ କରି ଆମେ ବେଶ ଗର୍ବିତ ବୋଲି ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳଧିକାରୀ ସୁରେନ୍ଦ୍ର ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ