Masthead

ନୀଳଗିରିରେ କଂଗ୍ରେସ ନେତା ଅକ୍ଷୟ ଆଚାର୍ଯ୍ୟ ଶକ୍ତି ପ୍ରଦର୍ଶନ

ନୀଳଗିରି (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୪ ବର୍ଷ ପରେ ନୀଳଗିରିର କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ଦୁଇ ଦୁଇ ଥରର ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଚଳିତ ନିର୍ବାଚନରେ କଂଗ୍ରେସ ହାଇକମାଣ୍ଡ ବିଶ୍ୱାସ ଓ ଆସ୍ତା ପ୍ରକଟ କରି ଟିକଟ ପ୍ରଦାନ କରିଛନ୍ତି। ତେବେ ଶ୍ରୀ ଆଚାର୍ଯ୍ୟ ଟିକଟ ପାଇବା ପରେ ନୀଳଗିରି ବହୁ ପୁରାତନ କଂଗ୍ରେସ ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହି କ୍ରମରେ ପ୍ରଚାରର ପ୍ରାରମ୍ଭିକ ଦିନରେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ବାଇକ୍ ରାଲିରେ କର୍ମୀମାନଙ୍କୁ ନେଇ ଶ୍ରୀ ଆଚାର୍ଯ୍ୟ ସଜନାଗଡ ସ୍ଥିତ ମାଆ ଭୂଧାରଚଣ୍ଡି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ସେଠାରୁ ଅଯୋଧ୍ୟା ମାରିଚି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ସେ କାଂଶ, ନରସିଂହପୁର, ପୁନ୍ଦାଳ, କାଠପାଳ ଓ ମିତ୍ରପୁର ଏବଂ ଧୋବଶିଳା ପଞ୍ଚାୟତ ପରିକ୍ରମା କରି ନୀଳଗିରି ବସଷ୍ଟାଣ୍ଡ ଠାରେ ରାଲି ଶେଷ କରି ଥିଲେ। ଏହି ରାଲିରେ ୮ ଶହରୁ ଉର୍ଦ୍ଧ୍ବ ବାଇକରେ ପ୍ରାୟତଃ ଦେଢ ହାଜରରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ସାମିଲ ହୋଇଥିବା ଦେଖା ଯାଇଛି। ଏନେଇ ଶ୍ରୀ ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ରାଲିରେ ନୀଳଗିରି ସାଧାରଣ ଜନତାଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଛି। ଯାହା ଆଗାମୀ ଦିନରେ ଭୋଟ୍ ଦାନରେ ନିଶ୍ଚିନ୍ତ ପ୍ରତିଫଳିତ ହେବ। ମୁଁ ଜଣେ ସାଧାରଣ କର୍ମୀ। ମୋତେ ନୀଳଗିରି ଜନସାଧାରଣ ଆଶୀର୍ବାଦ କଲେ ମୁଁ ମୋର ଅଧୁରା କାର୍ଯ୍ୟ ଶେଷ କରିବାକୁ ନିଶ୍ଚିତ ଚେଷ୍ଟା କରିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା