Masthead

ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରଜ ସଂକ୍ରାନ୍ତି। ଗାଁଠୁ ସହର ସବୁଠି ଉତ୍ସାହ। ଧୂମଧାମରେ ପାଳନ ହେଉଛି ରଜ ମହୋତ୍ସବ। ଗାଁଠୁ ସହର ଯାଏଁ ମହକୁଛି ପୀଠା ଓ ମିଠାର ବାସ୍ନା। ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ । ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି ।

ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି । ସେହିପରି ସକାଳୁ ସକାଳୁ ପୁରୀ ଜଗନ୍ନାଥ ଧାମ ସହ ରାଜ୍ୟର ବିଭିନ୍ନ ଦେବାଳୟ ମାନଙ୍କରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା