ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ ): ଋତୁ ବଦଳିବା ସହିତ ଲୋକଙ୍କ ରୁଚି ବି ବଦଳେ । ଶୀତ ଓ ବର୍ଷା ଦିନରେ ଲୋକେ ଗରମ ଖାଦ୍ୟ, ପାନୀୟ ପ୍ରତି ଆଗ୍ରହ ରଖୁଥିବାବେଳେ, ଖରା ଦିନରେ ଥଣ୍ଡା ଖାଦ୍ୟ ଓ ପାନୀୟ ପ୍ରତି ଆଗ୍ରହ ରଖିଥାନ୍ତି । ବିଶେଷ କରି ଖରାଦିନରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସଭିଙ୍କ ପସନ୍ଦ ପାଲୋଟିଥାଏ ତରଭୁଜ । ରୌଦ୍ର ତାପ ଯେତେ ବଢ଼ୁଛି, ଲୋକଙ୍କର ଥଣ୍ଡା ପାନୀୟ ପ୍ରତି ସେତେ ଆଗ୍ରହ ବଢୁଛି ।

ଖୁବ କମ ଦାମରେ ତୃଷ୍ଣା ଓ କ୍ଷୁଧା ମେଣ୍ଟାଇ ପାରୁଥିବା ତରଭୁଜ ପ୍ରତି ଲୋକଙ୍କ ପ୍ରୀତି ବଢିବାରେ ଲାଗିଛି । ଖରାଦିନେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟଖାଦ୍ୟ ତରଭୁଜ । ଏବେ ରାଜଧାନୀରେ ମନମୋହୁଛି ଛତିଶଗଡ଼ ତରଭୁଜ । ଖରା ଦାଉରୁ ଆସ୍ୱସ୍ତି ପାଇବା ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ଛତିଶଗଡ ତରଭୁଜ । ଚାହିଦା ବଢୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମେଲିଛି ତରଭୁଜ ପସରା । ବିଶେଷକରି ବେପାରୀମାନେ ଛତିଶଗଡ଼ରୁ ତରଭୁଜ ଆମଦାନୀ କରିଥାନ୍ତି । ଏହାଛଡା ନିମାପଡ଼ା, ଗୋପ ପରି ଅଂଚଳରୁ ମଧ୍ୟ ଟ୍ରିପ ଟ୍ରିପ ତରଭୁଜ ରାଜଧାନୀକୁ ଆସିଥାଏ । କେମିକାଲ୍ସ କୋଲଡ୍ରିଙ୍କ ଠାରୁ ବେଶୀ ଭଲ ତରଭୁଜ । ତେଣୁ ଖରାଦିନିଆ ହେଲ୍ଦି ଫୁଡ ସହ ପାନୀୟ ଭାବେ ସଭିଙ୍କ ପସନ୍ଦ ତରଭୁଜ ।

 

ତରଭୁଜ ଏକ ସ୍ୱାଦିଷ୍ଟ ଖାଦ୍ୟ । ପାନୀୟ ତଥା ଉପଯୋଗୀ ପୋଷକତତ୍ୱ ଯୋଗୁଁ ଧନୀ ଠାରୁ ଗରିବ ଏବଂ ପିଲା ଠାରୁ ବୃଦ୍ଧ ସଭିଙ୍କ ପସନ୍ଦ ତରଭୁଜ । କରୋନା ପାଇଁ ଗତ ବର୍ଷ ବ୍ୟବସାୟ ମାନ୍ଦା ଥିବା ବେଳେ ଚଳିତ ବର୍ଷ ତରଭୁଜର ଚାହିଦା ଅନେକ । ଏହାକୁ ବେପାର କରି ବେପାରୀ ଭଲ ଦି ପଇସା ରୋଜଗାର କରି ପାରୁଛି ।

Leave a Reply

Your email address will not be published. Required fields are marked *