Masthead

ସ୍ୱରେଜରେ ପଡି ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

କଟକ(ବଡ଼ ଖବର ବ୍ୟୁରୋ): ସ୍ୱରେଜ କାମବେଳେ ଅଣନିଃଶ୍ୱାସ ହୋଇ ଦୁଇ ଶ୍ରମିକ ମୃତ, ଜଣେ ଗୁରତର । କଟକ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଏକ ଅଘଟଣ । ଠିକା ସସ୍ଥାର ଖାମଖିଆଲି ନୀତି ପାଇଁ ଅକାଳରେ ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
କଟକ ସିଡିଏ ସେକ୍ଟର ୧୦ରେ ସ୍ୱରେଜ କାମ ଚାଲିଥିଲା । ଏଥିରେ ତିନିଜଣ ଶ୍ରମିକ ନିୟୋଯିତ ହୋଇଥିଲେ । ପ୍ରଥମେ ଜଣେ ଶ୍ରମିକ ସ୍ୱରେଜ ଭିତରକୁ ପଶିଥିଲେ । ତାଙ୍କୁ ସହାଯ୍ୟ କରିବା ପାଇଁ ଆଉ ଜଣେ ଶ୍ରମିକ ବିତରକୁ ପଶି ଆଉ ଫେରି ନଥିଲେ । ଦୁଇ ଶ୍ରମିକ ଦୀର୍ଘ ସମୟଧରି ଭିତରୁ ବାହାରିପାରି ନଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଶ୍ରମିକ ମଧ୍ୟ ଭିତରକୁ ଯାଇଥିଲେ । ତେବେ ସେ ମଧ୍ୟ ଦୀର୍ଘ ସମୟଧରି ପଦାକୁ ନଆସିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କର ଚିକିତ୍ସା ଚାଲିଛି । ମୃତ ଶ୍ରମକମାନେ ହେଲେ କଟକର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକ । ଗୁରୁତର ଟି ଶିବା ଏବେ ଚିକିତ୍ସାଧୀନ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ