Masthead

‘ମୋ ପାଇଁ ଜନତା ହିଁ ଈଶ୍ୱର’

ଭୋପାଲ (ବଡ଼ ଖବର ବ୍ୟୁରୋ): ସମ୍ମାନର ନିଚ୍ଛକ ଉଦାହରଣ । ପରିସ୍ରା କରିଥିଲେ କାର୍ଯ୍ୟକର୍ତ୍ତା, ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭେଟିଛନ୍ତି। ଶିବରାଜ ପୀଡିତ ଦଶମତ ରାୱତଙ୍କୁ ତାଙ୍କ ବାସଭବନକୁ ଡାକି ତାଙ୍କ ସହ କଥା ହୋଇଥିଲେ। ଏହା ସହିତ ତାଙ୍କ ପାଦ ଧୋଇ ଦେଇଥିଲେ। ଖାଲି ସେତିକି ନୁହେଁ ଶିବରାଜ ଦଶମତଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ଶିବରାଜ ସିଂ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ କିଛି ଏହାର ଫଟୋ ଟୁଇଟ କରିଛନ୍ତି। ଶିବରାଜ କହିଛନ୍ତି ମୁଁ ଦଶମତ ଜୀଙ୍କୁ କ୍ଷମା ମାଗୁଛି। ମୁଖ୍ୟମନ୍ତ୍ରୀ ଚୌହାନ୍ ଲେଖିଛନ୍ତି, ମନ ଖୁବ୍ ଦୁଃଖ, ଦଶମତଜୀ ଆପଣଙ୍କ ଦୁଃଖରେ ଭାଗୀ ହେବାକୁ ଏହା ସାମାନ୍ୟ ପ୍ରୟାସ ମାତ୍ର। ଆପଣଙ୍କୁ କ୍ଷମାଭିକ୍ଷା କରୁଛି। ମୋ ପାଇଁ ଜନତା ହିଁ ଈଶ୍ବର। ଏହାପରେ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦଶମତ ରାୱତ୍‌ଙ୍କୁ ନେଇ ସ୍ମାର୍ଟ ସିଟି ପାର୍କକୁ ଯାଇଥିଲେ। ତାଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀ ସେଠାରେ ଚାରାଟିଏ ଲଗାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ