Masthead

‘ମୋ ପାଇଁ ଜନତା ହିଁ ଈଶ୍ୱର’

ଭୋପାଲ (ବଡ଼ ଖବର ବ୍ୟୁରୋ): ସମ୍ମାନର ନିଚ୍ଛକ ଉଦାହରଣ । ପରିସ୍ରା କରିଥିଲେ କାର୍ଯ୍ୟକର୍ତ୍ତା, ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାରେ ଜଣେ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେଇ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ପରିସ୍ରାର ଶିକାର ହୋଇଥିବା ଆଦିବାସୀମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭେଟିଛନ୍ତି। ଶିବରାଜ ପୀଡିତ ଦଶମତ ରାୱତଙ୍କୁ ତାଙ୍କ ବାସଭବନକୁ ଡାକି ତାଙ୍କ ସହ କଥା ହୋଇଥିଲେ। ଏହା ସହିତ ତାଙ୍କ ପାଦ ଧୋଇ ଦେଇଥିଲେ। ଖାଲି ସେତିକି ନୁହେଁ ଶିବରାଜ ଦଶମତଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ଶିବରାଜ ସିଂ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ କିଛି ଏହାର ଫଟୋ ଟୁଇଟ କରିଛନ୍ତି। ଶିବରାଜ କହିଛନ୍ତି ମୁଁ ଦଶମତ ଜୀଙ୍କୁ କ୍ଷମା ମାଗୁଛି। ମୁଖ୍ୟମନ୍ତ୍ରୀ ଚୌହାନ୍ ଲେଖିଛନ୍ତି, ମନ ଖୁବ୍ ଦୁଃଖ, ଦଶମତଜୀ ଆପଣଙ୍କ ଦୁଃଖରେ ଭାଗୀ ହେବାକୁ ଏହା ସାମାନ୍ୟ ପ୍ରୟାସ ମାତ୍ର। ଆପଣଙ୍କୁ କ୍ଷମାଭିକ୍ଷା କରୁଛି। ମୋ ପାଇଁ ଜନତା ହିଁ ଈଶ୍ବର। ଏହାପରେ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦଶମତ ରାୱତ୍‌ଙ୍କୁ ନେଇ ସ୍ମାର୍ଟ ସିଟି ପାର୍କକୁ ଯାଇଥିଲେ। ତାଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀ ସେଠାରେ ଚାରାଟିଏ ଲଗାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା