Masthead

ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କଲା ମୁମ୍ବାଇ

ସାରଜା (ବଡ଼ ଖବର ବ୍ୟୁରୋ) : ଆଇପିଏଲର ୧୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ମୁମ୍ବାଇ ପଞ୍ଚମ ମ୍ୟାଚରୁ ୩ଟି ବିଜୟ ସହିତ ଅଙ୍କ ତାଲିକାର ଶୀର୍ଷରେ ରହି ନିଜର ସ୍ଥାନ ସୁଦୃଢ଼ କରିଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଚମ ମ୍ୟାଚରୁ ତିନୋଟିରେ ପରାଜିତ ହୋଇ ଅଙ୍କ ତାଲିକାର ଷଷ୍ଠରେ ରହିଛି ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୱିଣ୍ଟନ୍ ଡି’କକଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ । ଶେଷଆଡ଼କୁ କୃନାଲ୍ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବ୍ୟାଟିଂରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ଡି’କକ୍ ମାତ୍ର ୩୯ ବଲରେ ୪ ଚୌକା ଓ ୪ ଛକା ସହ ସର୍ବାଧିକ ୬୭ ରନ୍ କରିଥିଲେ। ଫଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ବିନିମୟରେ ୨୦୮ ରନ କରିଥିଲା।

ଜବାବରେ ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ୨୫ ରନ୍ କରି ଟ୍ରେଣ୍ଟ୍ ବୋଲ୍ଟଙ୍କ ଶିକାର ହୋଇଥିବା ବେଳେ ମନିଷ ପାଣ୍ଡେ ପୁଣିଥରେ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ମନିଷ ୧୯ ବଲରେ ୩୦ ରନ କରିଥିଲେ । ମଧ୍ୟକ୍ରମରେ କେନ୍ ୱିଲିୟମସନ୍ (୩), ପ୍ରିୟମ ଗର୍ଗ (୮), ଅଭିଷେକ ଶର୍ମା (୧୦) ଫେଲ୍ ମାରିଥିବା ବେଳେ ଜମ୍ମୁ ଓ କଶ୍ମୀରର ଅବଦୁଲ୍‌ ସମାଦ୍ ଦ୍ରୁତ ରନ୍ କରିବା ପ୍ରୟାସ ୱିକେଟ୍‌ ଦେଇ ବସିଥିଲେ। ସମାଦ୍ ମାତ୍ର ୯ ବଲରେ ଦ୍ରୁତ ୨୦ ରନ୍ କରିଥିଲେ। ରସିଦ୍ ଖାନ ୩ ଓ ସନ୍ଦୀପ ଶର୍ମା କୌଣସି ରନ୍ ନକରି ଅପରାଜିତ ଥିଲେ।
ମୁମ୍ଵାଇ ତରଫରୁ ଟ୍ରେଣ୍ଟ ବୋଲ୍ଟ ,ଜେମ୍ସ ପାଟିନସନ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କୃଣାଲ ପାଣ୍ଡ୍ୟା ଗୋଟିଏ ଓ୍ଵକେଟ୍ ନେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼