Masthead

ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କଲା ମୁମ୍ବାଇ

ସାରଜା (ବଡ଼ ଖବର ବ୍ୟୁରୋ) : ଆଇପିଏଲର ୧୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ମୁମ୍ବାଇ ପଞ୍ଚମ ମ୍ୟାଚରୁ ୩ଟି ବିଜୟ ସହିତ ଅଙ୍କ ତାଲିକାର ଶୀର୍ଷରେ ରହି ନିଜର ସ୍ଥାନ ସୁଦୃଢ଼ କରିଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଚମ ମ୍ୟାଚରୁ ତିନୋଟିରେ ପରାଜିତ ହୋଇ ଅଙ୍କ ତାଲିକାର ଷଷ୍ଠରେ ରହିଛି ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୱିଣ୍ଟନ୍ ଡି’କକଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ । ଶେଷଆଡ଼କୁ କୃନାଲ୍ ପାଣ୍ଡ୍ୟାଙ୍କ ବିସ୍ଫୋରଣ ବ୍ୟାଟିଂରେ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା। ଡି’କକ୍ ମାତ୍ର ୩୯ ବଲରେ ୪ ଚୌକା ଓ ୪ ଛକା ସହ ସର୍ବାଧିକ ୬୭ ରନ୍ କରିଥିଲେ। ଫଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ବିନିମୟରେ ୨୦୮ ରନ କରିଥିଲା।

ଜବାବରେ ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ୨୫ ରନ୍ କରି ଟ୍ରେଣ୍ଟ୍ ବୋଲ୍ଟଙ୍କ ଶିକାର ହୋଇଥିବା ବେଳେ ମନିଷ ପାଣ୍ଡେ ପୁଣିଥରେ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ମନିଷ ୧୯ ବଲରେ ୩୦ ରନ କରିଥିଲେ । ମଧ୍ୟକ୍ରମରେ କେନ୍ ୱିଲିୟମସନ୍ (୩), ପ୍ରିୟମ ଗର୍ଗ (୮), ଅଭିଷେକ ଶର୍ମା (୧୦) ଫେଲ୍ ମାରିଥିବା ବେଳେ ଜମ୍ମୁ ଓ କଶ୍ମୀରର ଅବଦୁଲ୍‌ ସମାଦ୍ ଦ୍ରୁତ ରନ୍ କରିବା ପ୍ରୟାସ ୱିକେଟ୍‌ ଦେଇ ବସିଥିଲେ। ସମାଦ୍ ମାତ୍ର ୯ ବଲରେ ଦ୍ରୁତ ୨୦ ରନ୍ କରିଥିଲେ। ରସିଦ୍ ଖାନ ୩ ଓ ସନ୍ଦୀପ ଶର୍ମା କୌଣସି ରନ୍ ନକରି ଅପରାଜିତ ଥିଲେ।
ମୁମ୍ଵାଇ ତରଫରୁ ଟ୍ରେଣ୍ଟ ବୋଲ୍ଟ ,ଜେମ୍ସ ପାଟିନସନ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କୃଣାଲ ପାଣ୍ଡ୍ୟା ଗୋଟିଏ ଓ୍ଵକେଟ୍ ନେଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ