Masthead

ଭୋଟ ଦେଉଛି ଛତିଶଗଡ଼ ଓ ମିଜୋରାମ

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ଚାଲିଛି ମତଦାନ । ବସ୍ତର, ଜଗଦଲପୁର ଓ ଚିତ୍ରକୋଟ ସମେତ ନାରାୟଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ପ୍ରସ୍ତୁତ ହୋଇଛି । ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ନିୟୋଜିତ ଅଛନ୍ତି ।

ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ । ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ଏଥିମଧ୍ୟରେ ୪୦ ହଜାର ସିଏପିଏଫ ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ମଧ୍ୟ ନିୟୋଜିତ ହୋଇଛନ୍ତି । ସେପଟେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଥିବା ବେଳେ ଅବଶିଷ୍ଟ ଆସନ ପାଇଁ ଆସନ୍ତା ୧୭ ରେ ମତଦାନ ହେବ ।

ଅନ୍ୟପଟେ ମିଜୋରାମରେ ମଧ୍ୟ ଆଜି ଚାଲିଛି ମତଦାନ । ମୋଟ ୪୦ ଆସନ ପାଇଁ ହେଉଛି ଭୋଟିଂ । ୮ ଲକ୍ଷ ୫୨ ହଜାରରୁ ଅଧିକ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ । ମୈଦାନରେ ବିଭିନ୍ନ ରାଜନୈତିକ ଦଳରୁ ୧୭୪ ପ୍ରାର୍ଥୀ ଅଛନ୍ତି । ୧୨୭୬ ପୋଲିଂ ବୁଥ କରାଯାଇଛି । ସେଥିରୁ ୩୦ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି । ପ୍ରାୟ ୫ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଛତିଶଗଡ଼ ସୁକମାରେ ନିର୍ବାଚନ ଆରମ୍ଭ ହେଉ ହେଉ ଘଟିଛି ହିଂସାକାଣ୍ଡ । ସୁକମାର ଟୋଣ୍ଡାମରକା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ଆଇଡି ବ୍ଲାଷ୍ଟ ହୋଇଥିବା ବେଳେ ସିଆରପିଏଫର ଜଣେ କୋବ୍ରା ବଟାଲିଅନ ଯବାନ ଆହତ ହୋଇଛନ୍ତି। ଯବାନଜଣକ ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ