କେଜ୍ରିୱାଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ (ବଡ଼ ଖବ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପିଏ ବୈଭବ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଗୁରୁବାର ଅଭିଯୋଗ କରିଛନ୍ତି ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ। ଯେତେବେଳେ ବୈଭବ କୁମାର ତାଙ୍କୁ ମାଡ଼ ମାରୁଥିଲେ, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି ସ୍ୱାତୀ । ଏକ ସାକ୍ଷାତକାରରେ ସେ କହିଛନ୍ତି, ମେ ୧୩ ସକାଳ ପ୍ରାୟ ୯ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲି । ମୋତେ ଡ୍ରଙ୍ଗ ରୁମ୍‌ରେ ଅପେକ୍ଷା କରିବାକୁ କୁହାଯାଇଥିଲା ।

ଶୀଘ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାକ୍ଷାତ କରିବେ ବୋଲି ସୂଚନା ମିଳିଥିଲା । କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବିଭବ କୁମାର କ୍ରୋଧାନ୍ୱିତ ହୋଇ ଡ୍ରଇଂ ରୁମ୍‌ରେ ପଶି ମୋ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଅଚାନକ ୭ରୁ ୮ ଥର ଚାପୁଡ଼ା ମାରିଥିଲେ ଏବଂ ମୁଣ୍ଡକୁ ଏକ ଟେବୁଲ୍‌ରେ ପିଟିଦେଇଥିଲେ । ତଳେ ପଡ଼ିଯିବା ପରେ ମୋ ଛାତି ଓ ପେଟକୁ ବାରମ୍ବାର ଗୋଇଠା ମାରିଥିଲେ । ମୁଁ ଜୋରରେ ଚିଲ୍ଲାଇ ସହାୟତା ମାଗିଥିଲି । କିନ୍ତୁ କେହି ଆସି ନ ଥିଲେ । ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଘରେ ଥିଲା ବେଳେ ଘଟିଥିଲା ।

ବୈଭବ କୁମାର କାହା ନିର୍ଦ୍ଦେଶରେ ଏପରି କରିଛନ୍ତି କି ବୋଲି ପଚରାଯିବାରେ ସ୍ୱାତୀ ମାଲିୱାଲ କହିଛନ୍ତି, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୁଁ ଦିଲ୍ଲୀ ପୁଲିସକୁ ପୂର୍ଣ୍ଣ ସହଯୋଗ କରୁଛି। କିନ୍ତୁ ମୁଁ କାହାକୁ କ୍ଲିନ୍ ଚିଟ୍ ଦେଇନି। କାରଣ ବାସ୍ତବ କଥା ଏହା ଯେ ମୁଁ ଯେତେବେଳେ ଡ୍ରଇଂ ରୁମ୍‌ରେ ଥିଲି, ସେତେବେଳେ ଅରବିନ୍ଦ କେଜ୍ରିୱାଲ ଘରେ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!