Masthead

ବିଡିଓଙ୍କ ଗ୍ରହଶାନ୍ତି ପାଇଁ କୁକୁଡ଼ା ପୂଜା

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ବିଡିଓଙ୍କ ଗେଟ ଆଗରେ କୁକୁଡ଼ା ପୂଜା । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ୍ୟ । ବିଡ଼ିଓଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ବ୍ଲକ ପିଣ୍ଢାରେ ଧାରଣା ଦେଇଛନ୍ତି ସମିତିସଭ୍ୟ । ବ୍ଲକ ଗେଟ ସମ୍ମୁଖରେ ପୂଜାପାଠ ସହ ଦୁଇଟି କୁକୁଡ଼ାକୁ ମାନସିକ ରଖି ଅଭିନବ ପ୍ରତିବାଦ କରିଛନ୍ତି କରଞ୍ଜିଆ ବ୍ଲକର ୧୨ ଜଣ ସମିତି ସଭ୍ୟ। ଦୀର୍ଘଦିନ ହେବ କରଞ୍ଜିଆ ବିଡିଓ ସମିତି ସଭ୍ୟଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିବା ସହ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ମନୋମୁଖୀ ଭାବେ କାର୍ଯ୍ୟକ୍ଷମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ନୂତନ ଭାବେ ଜିଲ୍ଲାରେ ଆରମ୍ଭ ହୋଇଥିବା ଓଏମବିଏଡିସି କାର୍ଯ୍ୟଦେଶ ଦେବାରେ ସମିତିସଭ୍ୟଙ୍କ ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି। ଯାହାକୁ ନେଇ ପୂର୍ବରୁ ଦୁଇ ତିନିଥର ଆପତ୍ତି କରି ବିଫଳ ହେବାରୁ ପ୍ରତିବାଦ କରିଛନ୍ତି ସଂପୃକ୍ତ ସମିତିସଭ୍ୟ। ତେବେ ଏହି ଅଭିନବ ପ୍ରତିବାଦ ବେଳେ ୧୨ ଜଣ ସମିତି ସଭ୍ୟ ଉପସ୍ଥିତ ରହି କୁକୁଡ଼ା ପୂଜା କରିଥିଲେ । ଅଭିଯୋଗ କରିଥିଲେ ଯେ ବିଡିଓ ମୁଣ୍ଡ କାମ କରୁନି ସେଥିପାଇଁ ପୂଜାର୍ଚ୍ଚନା କରାଯାଉଛି । ହାଣ୍ଡିଆ , ଚାଉଳ, ଧୂପ, ଦୁଇଟି କୁକୁଡ଼ା ଦେଇ ପୂଜାର୍ଚ୍ଚନା କରାଯାଇଛି।

ତେବେ ବାଟପଲସା ସମିତି ସଭ୍ୟ ଗୁନାରାମ ସଏ ପ୍ରକାଶ କରିଛନ୍ତି ଯେ ତିନି ଦିନ ତଳେ ସେ ସ୍ୱପ୍ନଦେଖିଛନ୍ତି, ଆଉ ସେଥିପାଇଁ ପୂଜାର୍ଚ୍ଚନା କରିଛନ୍ତି । ଯଦି କିଛି ଦିନ ଭିତରେ ପରିସ୍ଥିତି ପରିବର୍ତ୍ତନ ନ ହୁଏ ତେବେ ଆଗାମୀ ଦିନରେ ବୋଦା ଏବଂ ଘୁଷୁରୀ ପୂଜା କରିଆଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପଟେ କରଞ୍ଜିଆ ବିଡିଓ ପ୍ରକାଶ କରିଛନ୍ତି ମୁଁ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ଯଦି କିଛି ସମସ୍ୟା ଅଛି ଆଲୋଚନା ରେ ସମାଧାନ ହେଇ ପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ