Masthead

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ, ହେଲେ ଭକ୍ତଙ୍କୁ ମନା

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ) : ଗୁରୁବାର ଶ୍ରୀମନ୍ଦିରର ସ୍ନାନବେଦୀରେ ମହାପ୍ରଭୁ ଗଜାନନ ବେଶ ହୋଇଛନ୍ତି। ନୀତି ଅନୁଯାୟୀ ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ତିକୁ ବିଜେ କରିଛନ୍ତି। ୧୫ ଦିନ ଅଣସର ପିଣ୍ତିରେ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ତେଣୁ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରନ୍ତି ନାହିଁ। ବିଶ୍ବାସ ରହିଛି ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଦର୍ଶରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସଫଳ ମିଳିଥାଏ।

ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେଉଛି। କିନ୍ତୁ କରୋନା କଟକଣା ଯୋଗୁ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁ କରି ପାରିବେ ନାହିଁ। ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା ଜାରି କରାଯାଇଛି। ଅଣସର ୧୫ ଦିନ ପାଇଁ ସମସ୍ତ ନୀତିକାନ୍ତି ସ୍ଥିର ହୋଇଛି। ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଏବଂ ଗୋଟାଏରେ ଦ୍ବିପ୍ରହର ଧୂପ ବଢ଼ି ଅପରାହ୍ଣ ୨ଟାରେ ପହଡ଼ ହେବ। ଅପରାହ୍ଣ ୩ଟାରେ ପହଡ଼ ଖୋଲାଯିବ। ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି, ମଇଲମ ବଢ଼ି ରାତି ୮ଟାରେ ସନ୍ଧ୍ୟା ଧୂପ ଉଠିବ। ରାତି ୯ଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୦ଟାରେ ଶ୍ରୀଜୀଉଙ୍କ ପହଡ଼ ନୀତି ବଢ଼ିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସ୍ଥିର ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ