ପୁରୀ (ବଡ଼ ଖବର ବ୍ୟୁରୋ): ଶରଧାବାଲିରେ ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରଥଯାତ୍ରା ପୂର୍ବରୁ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ । ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କଲେ ମୋହନ ମାଝୀ । ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ୨ଉପମୁଖ୍ୟମନ୍ତ୍ରୀ ।
ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବିଧାୟକମାନେ ମଧ୍ୟ ହାତରେ ଝାଡୁ ଧରି ଶରଧାବାଲିରେ ସଫେଇ କରିଥିଲେ। ଏଥିରେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି।