Masthead

ଠାକୁରଙ୍କ ଆଜ୍ଞାମାଳ ବିଜେ ଅପେକ୍ଷାରେ ତିନିରଥ

ପୁରୀ (ବଡ଼ ଖବର ବ୍ୟୁରୋ):  ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଆଜି ତିନି ରଥରେ ପ୍ରଭା ସ୍ଥାପନ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ଶେଷ ହୋଇ ଅଳଙ୍କରଣ ସରିଲେ ରଥ କାର୍ଯ୍ୟ ସରିବ । ଆଜି ଠାକୁରଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବ ବୋଲି ପ୍ରଶାସନିକ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

ଶୁକ୍ରବାର ତିନି ରଥରେ ଠେକରା ବାଡ଼ ବୁଲିଛି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ଗୁରୁବାର ପ୍ରଭା କାର୍ୟ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର । ଶନିବାର ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥ ଆଜ୍ଞା ମାଳ ବିଜେ ନୀତି ରହିଛି । ଚଳିତ ବର୍ଷ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ଆସି ରଥ ଖଳାରେ ପହଞ୍ଚିବ । ଏହାପରେ ରଥଖଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି