Masthead

ଗରିବଙ୍କୁ ସୁଲଭରେ ଔଷଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିକାଲି ବଜାରରେ ସବୁ ଜିନିଷ ମହଙ୍ଗା । ଔଷଧ ଦର ବହୁତ ମହଙ୍ଗା । ଗରିବ ଲୋକମାନେ କିପରି ସୁଲଭ ମୂଲ୍ୟରେ ଔଷଧ କିଣିପାରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଆରମ୍ଭ ହୋଇଛି । ଫଳରେ ଗରିବ ଲୋକ ତାଙ୍କର ଟଙ୍କା ସଞ୍ଚୟ କରିପାରିବେ । ଅନେକ ଲୋକ ଔଷଧର ମୂଲ୍ୟ ଅଧିକ ଥିବାରୁ ଔଷଧ କିଣି ପାରି ନାହାନ୍ତି କିନ୍ତୁ ବର୍ତ୍ତମାନ କିଣିବାକୁ ସକ୍ଷମ ହୋଇଛନ୍ତି। ଜନ ଔଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସି ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଲଙ୍ଗସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ଇନ୍ଦିରା ଗାନ୍ଧି ରିଜିଓନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଆଣ୍ଡ୍‌ ମେଡିକାଲ ସାଇନସେସ’ରେ ୭୫୦୦ତମ ‘ଜନ ଔଷଧି କେନ୍ଦ୍ର’ ଉଦଘାଟନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା କାର୍ଯ୍ୟକ୍ରମରେ ଉନ୍ନତ କାର୍ଯ୍ୟ କରିଥିବା ହିତାଧିକାରୀଙ୍କୁ ପୁରସ୍କୃତ କରାଯାଇଛି ।

ସାରା ଦେଶରେ ଏହି ଯୋଜନା ଅଧିନରେ ୭୪୯୯ଟି ଜନଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ଆଗକୁ ୧୦ହଜାର ଜନଔଷଧି କେନ୍ଦ୍ର ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୋଦି । ଏହି ଦିବସର ମୂଖ୍ୟ ଲକ୍ଷ ହେଲା ଅପହଞ୍ଚ ବା ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚାଇବା । ଏହି ଯୋଜନା ମାଧ୍ୟମରେ ଗରିବ ମଧ୍ୟବିତ ପରିବାର ଲାଭବାନ ହୋଇଛନ୍ତି । ଏହି ଯୋଜନା ସେବା ଓ ରୋଜଗାର ମାଧ୍ୟମ ସାଜିଛି । ଦେଶରେ ୧ହଜାର ଜନଔଷଧୀ କେନ୍ଦ୍ର ମହିଳାମାନଙ୍କ ଦ୍ୱାରା ଚାଲୁଛି । ଏହି କେନ୍ଦ୍ର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି