Masthead

ତାଲିବାନକୁ ସହଯୋଗର ହାତ ବଢାଇଲା ଚାଇନା

ବେଜିଂ(ବଡ଼ ଖବର ବ୍ୟୁରୋ):       ଆଫଗାନିସ୍ତାନକୁ ଜବର ଦଖଲ କରିଥିବା ତାଲିବାନ ଶେଷରେ ନିଜ ସରକାର ଗଢିଛି । ତେବେ ସରକାର ଗଠନ ହେବାର ୨୪ ଘଣ୍ଟା ଭିତରେ ଚାଇନା ଆରମ୍ଭ କରିଦେଇଛି ତା’ର ଚାଲ୍ । ନିକଟରେ ତାଲିବାନ ଚାଇନାକୁ ନିଜର ସହଯୋଗୀ ବୋଲି କହିଥିଲା । ଆଉ ଏବେ ଚାଇନା ତାଲିବାନକୁ ସହଯୋଗର ହାତ ବଢାଇଛି ।ତାଲିବାନ ସରକାର ପାଇଁ ଚାଇନା ଧନରାଶି ବର୍ଷା କରିଛି । ଚାଇନା ବୁଧୁବାର ତାଲିବାନ ସରକାରକୁ ୩୧୦ଲକ୍ଷ ବା ୩୧ ମିଲିୟନ୍ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି । ଖାଲି ଏତିକି ନୁହେଁ ଚାଇନା ତାଲିବାନକୁ କରୋନା ଭ୍ୟାକସିନ ଡୋଜ ମଧ୍ୟ ପଠାଇବାକୁ ଘୋଷଣା କରିଛି ।

ନିକଟରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ପଡୋଶୀ ଦେଶର ବୈଦଶିକ ମନ୍ତ୍ରୀଙ୍କ ପ୍ରଥମ ବୈଠକରେ ଚାଇନାର ବୈଦଶିକ ମନ୍ତ୍ରୀ ୱାଙ୍ଗ ୟି’ କହିଥିଲେ ଯେ ‘ଚାଇନା ଆଫଗାନିସ୍ତାନକୁ ୨୦୦ ମିଲିୟନ ୟୁଆନ(୩୧ ମିଲିୟନ୍ ଆମେରିକୀୟ ଡଲାର୍)ର ସହାୟତା ଆଧାରରେ ଖାଦ୍ୟଶସ୍ୟ ,ଶୀତ ବସ୍ତ୍ର,କରୋନା ଟିକା ଓ ଆତ୍ୟାବଶ୍ୟକ ସାମଗ୍ରୀ ଯେଗାଇଦେବ । ତେବେ ପାକିସ୍ତାନର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇରାନ,ତାଜିକସ୍ତାନ,ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବୈଦଶିକ ମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରେ ୱାଙ୍ଗ କହିଥିଲେ,ପ୍ରଥମ ପର୍ଯାୟରେ ଚାଇନା ଆଫଗାନିସ୍ତାନକୁ ୩୦ ଲକ୍ଷ ଟିକା ଯୋଗାଇଦେବ ବୋଲି ନିଷ୍ପତି ନେଇଛି ।

ଏଭଳି ପରିସ୍ତିତିରେ ଚାଇନା ହେଉଛି ସେମାନଙ୍କର ବଡ ସାଥୀ । ଏପଟେ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଖବର କାଗଜକୁ ସାକ୍ଷାତକାର ଦେଇ କହିଥିଲେ ତାଙ୍କର ପୁରା ସଂଗଠନ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସୂଚନା ଅନୁସାରେ, ଆଫଗାନିସ୍ତାନ ଦଖଲ କରିବାର ପ୍ରାୟ ତିନି ସପ୍ତାହ ପରେ ତାଲିବାନ ମଙ୍ଗଳବାର ଏକ ଅନ୍ତରୀଣ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖନ୍ଦଙ୍କୁ ତାଲିବାନ ସରକାରର ମୁଖ୍ୟ କରିଛନ୍ତି । ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲା ଘନି ବରଦାର ଓ ମୌଲବୀ ହନାଫୀ ନିୁଯୁକ୍ତି ପାଇଥିବା ତାଲିବାନ ମୁଖପାତ୍ର ହବିବୁଲ୍ଲା ମୁଜାହିଦ ଘୋଷଣା
କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା