Masthead

ମୁମ୍ବାଇ ପାଇଁ ବଢ଼ିଲା ଅଡ଼ୁଆ, ୫ ରନରେ ଜିତିଲା ଲକ୍ଷ୍ନୌ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୬୩ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି ଲକ୍ଷ୍ନୌ ସୁପର ଜାଏଣ୍ଟ । ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୭୭ ରନ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ କରିଥିଲେ । ଫଳରେ ଏହି ମ୍ୟାଚକୁ ୫ ରନରେ ଲକ୍ଷ୍ନୌ ଜିତି ନେଇଛି । କାଇଲ ମେୟର୍ସଙ୍କ ସ୍ଥାନରେ ଦୀପକ ହୁଦା ଇନିଂସ ଓପନ କରିଥିଲେ। ପ୍ରଥମ ୱିକେଟରେ ୧୨ ରନ କରିବା ପରେ ୫ ରନ୍‌ କରି ଜାସନ୍‌ ବେହେଣ୍ଡ୍ରଫ୍‌ଙ୍କ ବଲରେ ଆଉଟ ହୋଇଥିଲେ ହୁଦା। ତେବେ ଅର୍ଦ୍ଧଶତକ ହାସଲକାରୀ ପ୍ରେରକ ମଙ୍କଡଙ୍କୁ ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ।

୧୨ ରନ୍‌ରେ ଦୁଇ ୱିକେଟ ହରାଇବା ପରେ ଅଧିନାୟକ କୃନାଲ ପାଣ୍ଡ୍ୟା ୪୯ ରନ ଓ କ୍ୱିଣ୍ଟନ ଟି କକ୍ ୧୬ ରନ କରି ଆଉଟ ହୋଇଥିଲେ । ପୀୟୂଷ ଚାଓ୍ବଲା ନିଜର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ପ୍ରଥମ ବଲରେ ଡି କକ୍‌ଙ୍କ ଉଇକେଟ ନେଇଥିଲେ। ୩୫ ରନ୍‌ରେ ୩ ୱିକେଟ ପରେ କୃନାଲଙ୍କ ସହିତ ମୋର୍ଚ୍ଚା ସମ୍ଭାଳିଥିଲେ ମାର୍କସ୍‌ ଷ୍ଟୋଇନିସ୍‌। ଉଭୟ ଖେଳାଳି ୮୨ ରନ୍‌ ସହିତ ଚଳିତ ସିଜନରେ ଲକ୍ଷ୍ନୌର ଶ୍ରେଷ୍ଠ ଭାଗୀଦାରି କରିଥିଲେ। ୧୬ ତମ ଓଭରରେ କୃନାଲ ସିଙ୍ଗଲ ନେବା ପ୍ରୟାସରେ ରିଟାୟର୍ଡ ହର୍ଟ ହୋଇଥିଲେ। ୪୨ ବଲ୍‌ ଖେଳି ସେ ୪୯ ରନ୍‌ ସଂଗ୍ରହ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା