Before Header

ସପ୍ତାହେ ପାଇଁ ବନ୍ଦ ରହିଲା ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟ

0 14

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): ସପ୍ତାହେ ପାଇଁ ବନ୍ଦ ରହିଲା ରାୟନୃସିଂହପୁର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ । ତେବେ ବିଦ୍ୟାଳୟରେ ୬ ଜଣ କରୋନାରେ ସଂକ୍ରମିତ କଥା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ଛାତ୍ରଛାତ୍ରୀ ଥିବାବେଳେ ଜଣେ ଶିକ୍ଷୟତ୍ରୀ ଅଛନ୍ତି ।

ଯାହାଫଳରେ ବିଦ୍ୟାଳୟକୁ ସପ୍ତାହେ ବନ୍ଦ କରିଦିଆଯାଇଛି । ଅପରପକ୍ଷରେ କାମାକ୍ଷାନଗର ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ଯାଇ ବିଦ୍ୟାଳୟର ସମସ୍ତ ଗୃହ ଓ ଅଫିସ ଗୁଡିକୁ ସଫା ସୁତୁରା କରିବା ସହ ସାନିଟାଇଜର ବ୍ୟବସ୍ଥା କରାଯାଉଥିବାର ଦେଖିବା ପାଇଁ ମିଳିଛି ।

Leave A Reply

Your email address will not be published.