Masthead

ଚୀନ ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :   ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଚୀନ । ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବାକୁ ଚାହୁଁଛି ଚୀନ । ନିଜ ଦେଶକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ମିଶାଇଲ ପରୀକ୍ଷଣ କରିବାରେ ଲାଗିଛି । ଏ ନେଇ ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟରେ ଏପରି ପ୍ରକାଶ ପାଇବା ପରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଛି । ଚୀନ୍ ନୂତନ ମହାକାଶ କ୍ଷମତା ସହିତ ସଜ୍ଜିତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ।

ହାଇପରସୋନିକ କ୍ଷେପଣାସ୍ତ୍ରକୁ ଏକ ରକେଟ ଦ୍ୱାରା ପରିବହନ କରାଇ ପରୀକ୍ଷା କରିଥିଲା ଚୀନ । ତେବେ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପୂର୍ବରୁ ଘୋଷଣା କରେ ଡ୍ରାଗନ୍, କିନ୍ତୁ ଏଥର ଅଗଷ୍ଟରେ ହୋଇଥିବା ପରୀକ୍ଷାକୁ ଗୁପ୍ତ ରଖାଯାଇଥିଲା । ଚୀନ ଦ୍ୱାରା ବିକଶିତ ହାଇପରସୋନିକ ଅସ୍ତ୍ରକୁ ନେଇ ଆମେରିକା ମଧ୍ୟ ଆତଙ୍କିତ ଅବସ୍ଥାରେ ଥିବା ରିପୋର୍ଟରୁ ଜଣାପଡିଛି । ଖବର ଅନୁଯାୟୀ ଚୀନ, ଋଷ, ଆମେରିକା ହାଇପରସୋନିକ୍ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ।

ତେବେ ଏହି ହାଇପରସୋନିକ କ୍ଷେପଣାସ୍ତ୍ର ଏକ ପାରମ୍ପାରିକ ବାଲିଷ୍ଟିକ କ୍ଷେପାଣସ୍ତ୍ର ସହିତ ସମାନ । ତେଣୁ ଏଗୁଡିକ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମହାକାଶରେ ଉଚ୍ଚ ଉଡାଣ ଭରନ୍ତି । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡିକ ଶବ୍ଦର ଗତି ତୁଳନାରେ ପାଞ୍ଚ ଗୁଣ ଅଧିକ ହୋଇଥାଏ । ତେବେ, ଉଭୟଙ୍କ ମଧ୍ୟରେ ସବଠାରୁ ବଡ ପାର୍ଥକ୍ୟ ହେଲା ବାଲିଷ୍ଟିକ କ୍ଷେପଣାସ୍ତ୍ର ମହାକାଶରେ ଉଚ୍ଚରେ ଉଡିପାରେ । ହାଇପରସୋନିକ କ୍ଷେପାଣାସ୍ତ୍ର ବାୟୁମଣ୍ଡଳରେ ବହୁତ କମ ସମୟ ଘୁରି ଲକ୍ଷ୍ୟ ସ୍ଥଳରେ ଖୁବ ଶୀଘ୍ର ପହଞ୍ଚିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ