Masthead

ଚୀନ ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :   ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଚୀନ । ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବାକୁ ଚାହୁଁଛି ଚୀନ । ନିଜ ଦେଶକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ମିଶାଇଲ ପରୀକ୍ଷଣ କରିବାରେ ଲାଗିଛି । ଏ ନେଇ ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟରେ ଏପରି ପ୍ରକାଶ ପାଇବା ପରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଛି । ଚୀନ୍ ନୂତନ ମହାକାଶ କ୍ଷମତା ସହିତ ସଜ୍ଜିତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ।

ହାଇପରସୋନିକ କ୍ଷେପଣାସ୍ତ୍ରକୁ ଏକ ରକେଟ ଦ୍ୱାରା ପରିବହନ କରାଇ ପରୀକ୍ଷା କରିଥିଲା ଚୀନ । ତେବେ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପୂର୍ବରୁ ଘୋଷଣା କରେ ଡ୍ରାଗନ୍, କିନ୍ତୁ ଏଥର ଅଗଷ୍ଟରେ ହୋଇଥିବା ପରୀକ୍ଷାକୁ ଗୁପ୍ତ ରଖାଯାଇଥିଲା । ଚୀନ ଦ୍ୱାରା ବିକଶିତ ହାଇପରସୋନିକ ଅସ୍ତ୍ରକୁ ନେଇ ଆମେରିକା ମଧ୍ୟ ଆତଙ୍କିତ ଅବସ୍ଥାରେ ଥିବା ରିପୋର୍ଟରୁ ଜଣାପଡିଛି । ଖବର ଅନୁଯାୟୀ ଚୀନ, ଋଷ, ଆମେରିକା ହାଇପରସୋନିକ୍ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ।

ତେବେ ଏହି ହାଇପରସୋନିକ କ୍ଷେପଣାସ୍ତ୍ର ଏକ ପାରମ୍ପାରିକ ବାଲିଷ୍ଟିକ କ୍ଷେପାଣସ୍ତ୍ର ସହିତ ସମାନ । ତେଣୁ ଏଗୁଡିକ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମହାକାଶରେ ଉଚ୍ଚ ଉଡାଣ ଭରନ୍ତି । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡିକ ଶବ୍ଦର ଗତି ତୁଳନାରେ ପାଞ୍ଚ ଗୁଣ ଅଧିକ ହୋଇଥାଏ । ତେବେ, ଉଭୟଙ୍କ ମଧ୍ୟରେ ସବଠାରୁ ବଡ ପାର୍ଥକ୍ୟ ହେଲା ବାଲିଷ୍ଟିକ କ୍ଷେପଣାସ୍ତ୍ର ମହାକାଶରେ ଉଚ୍ଚରେ ଉଡିପାରେ । ହାଇପରସୋନିକ କ୍ଷେପାଣାସ୍ତ୍ର ବାୟୁମଣ୍ଡଳରେ ବହୁତ କମ ସମୟ ଘୁରି ଲକ୍ଷ୍ୟ ସ୍ଥଳରେ ଖୁବ ଶୀଘ୍ର ପହଞ୍ଚିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ