Masthead

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସୋର (ବଡ଼ ଖବର ବ୍ୟୁରୋ):   ନୃଶଂସ ସ୍ୱାମୀର ବର୍ବରକାଣ୍ଡ । କୁରାଢୀ ବେଣ୍ଟରେ ପିଟି ସ୍ତ୍ରୀକୁ କଲା ହତ୍ୟା । ଏଭଳି ଅଭବାନୀୟ ଘଟଣା ଘଟିଛି ଔପଦା ଥାନା ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମର ସିଂହ ସାହିରେ । ମୃତକ ହେଲେ ଶର୍ମିଳା ସିଂ । ଘରୋଇ କଳିକୁ ନେଇ ହତ୍ୟା ହୋଇଥିବା ଜଣାପଡ଼ିଛି । ସ୍ୱାମୀ ରାମଚନ୍ଦ୍ର ଅପରାହ୍ନରେ ଘରକୁ ଫେରିଥିଲେ।

କୌଣସି କାରଣକୁ ନେଇ ସ୍ତ୍ରୀ ସହିତ କଳି ଲାଗିବାରୁ ରାମଚନ୍ଦ୍ର ରାଗିଯାଇ ଏକ ସାବଳରେ ଆକ୍ରମଣ କରିଥିଲେ । ଦୁଇ ପୁଅ ଶାବଳକୁ ଛଡ଼ାଇ ନେଇଥିଲେ । ପରେ ପୁଅ ନଥିବାର ସୁଯୋଗ ନେଇ ରାମଚନ୍ଦ୍ର ବେଣ୍ଟ ରୁ କୁରାଢ଼ି କାଢି ଖାଲି ବେଣ୍ଟରେ ସ୍ତ୍ରୀ ର ମଥାକୁ ପିଟିବାରୁ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ରାମ ସିଂଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?