Masthead

ଯୁଦ୍ଧ ବିରତି ପାଇଁ ଚୀନ୍‌ର ଆହ୍ୱାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଛି । ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦେଇଛି ଚୀନ୍ । ପରମାଣୁ ଅସ୍ତ୍ର ବ୍ୟବହାର ବରିଧରେ ଚେତାବନୀ ଦେଇଛି । ଋଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଚୀନ୍‌ ଜରୁରୀ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପଶ୍ଚିମ ରାଷ୍ଟ୍ରମାନେ ଚୀନ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଚୀନ୍‌ ଦ୍ବାରା ଏକ ୧୨-ସୂତ୍ରୀ ‘ରାଜନୈତିକ ସମାଧାନ’ ପାଇଁ ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ଚୀନ୍‌ ଋଷକୁ ଅସ୍ତ୍ର ଦେବାପାଇଁ ଯୋଜନା କରୁଛି ‌ବୋଲି ପଶ୍ଚିମ ରାଷ୍ଟ୍ରମାନେ ଦାବି କରିଛନ୍ତି ଏବଂ ଚୀନ୍‌ର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଋଷ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବାପାଇଁ ସମସ୍ତ ପକ୍ଷ ଋଷ ଏବଂ ୟୁକ୍ରେନକୁ ସମାନ ଭାବେ ସହ‌ଯୋଗ କରିବାପାଇଁ ଚୀନ୍‌ କହିଛି। ଚୀନ୍‌ ମଧ୍ୟ ପରମାଣୁ ଅସ୍ତ୍ର ବ୍ୟବହାର ବିରୋଧରେ ଚେତାବନୀ ଦେଇଛି। ଚୀନ୍‌ କହିଛି କେବଳ ପରମାଣୁ ଅସ୍ତ୍ର ବ୍ୟବହାର ନୁହେଁ, ପରମାଣୁ ଅସ୍ତ୍ର ବ୍ୟବହାର ପାଇଁ ଧମକ ଦେବାକୁ ବି ଏହା ବିରୋଧ କରୁଛି। ତେବେ ଆମେରିକା ଚୀନ୍‌ର ଏହି ପ୍ରସ୍ତାବ ଉପରେ କଡ଼ା ପ୍ରତିକ୍ରିୟା ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା