Masthead

ଲାଗୁଛି…ପୁଷ୍ପ ବୃଷ୍ଟି ପାଇଁ ସ୍ୱର୍ଗରୁ ଓହ୍ଲାଉଛନ୍ତି ଦେବଗଣ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଚାରିଆଡ଼େ ଖାଲି ଫୁଲର ସବାରୀ । ଫୁଲର ବାସ୍ନାରେ ଚହଟୁଛି ଅଯୋଧ୍ୟା । ଅପେକ୍ଷା କେତେବେଳେ ହେବ ପ୍ରାଣ ପ୍ରତିଷ୍ଠା । କେବେ ଆଖି ଖୋଲିବେ କମଳ ନୟନ । ସମସ୍ତେ ରେଡ଼ି । ଲାଗୁଛି ଯେମିତି ପୁଷ୍ପ ବୃଷ୍ଟି ପାଇଁ ଅଧିର ହେଲେଣି ଦେବଗଣ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ରାମ ନଗରୀ । ଚାରିଆଡ଼େ ଜୟ ଶ୍ରୀରାମ ଜୟ ଶ୍ରାରାମ ନାରା । ପ୍ରାଣପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି। ଗୁରୁବାର ରାମମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

ରାମମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ରା ଏବଂ ତାଙ୍କର ସ୍ତ୍ରୀ ଯଜମାନ ଭାବେ ସମସ୍ତ ରୀତିନୀତି ସମ୍ପନ୍ନ କରୁଥିବା ବେଳେ ଅଶୋକ ସଂଘଲ ଫାଉଣ୍ଡେଶନର ମହେଶ ଚାନ୍ଦଭାଗ୍‌କା ସହଯୋଗ କରୁଛନ୍ତି। ପ୍ରଥମେ ଭଗବାନ ଗଣେଶଙ୍କ ପୂଜା ପରେ ଭଗବାନ ରାମଙ୍କ ମହାପୂଜା ହେବା ସହ ମନ୍ତ୍ର ଓ ଶ୍ଳୋକ ଆବୃତ୍ତି କରାଯାଇଥିଲା। ସେପଟେ ରାମନଗରୀରେ ସନାତନ ସଂସ୍କୃତିର ଏହି ସୁବର୍ଣ୍ଣ ସମୟର ସାକ୍ଷୀ ହେବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ସେଠାରେ ପ୍ରାୟ ସାଢେ ୪ଘଣ୍ଟା ଧରି ରାମ ଜନ୍ମଭୂମିରେ ରହିବେ। ସକାଳ ୧୦ଟା ୨୫ରେ ମୋଦି ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା