Masthead

‘ଚିରାଗ ପାସୱାନ ବିଶ୍ବାସଘାତକ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ଜନଶକ୍ତି ପାର୍ଟିର ସାଂସଦ ମେହବୁବ ଅଲି କେସର ଚିରାଗ ପାସୱାନଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଚିରାଗ ପାସୱାନ୍ ମୋସହ ବିଶ୍ୱାସଘାତକତା କରିଛନ୍ତି। ଆରଜେଡିରେ ଯୋଗଦେବା ପରେ ମେହବୁବ ଅଲି ଏହି କଥା କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଟିକେଟ ନ ପାଇ ଅସନ୍ତୁଷ୍ଟ ହୋଇ ମେହବୁବ ଅଲି କେସର ଏଲଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଆରଜେଡି ମେହବୁବ ଅଲି କେସରଙ୍କୁ ଦଳରେ ସ୍ୱାଗତ କରିଛି।

ଏଲଜେପି ଛାଡି ଆରଜେଡିରେ ଯୋଗ ଦେଇଥିବା ମେହବୁବ ଅଲି ଏଲଜେପି ସଭାପତି ଚିରାଗ ପାସୱାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଚିରାଗ ପାସୱାନଙ୍କୁ ବିଶ୍ବାସଘାତକ ବୋଲି କହିଛନ୍ତି। ମେହବୁବ ଅଲି କହିଛନ୍ତି ଯେ ମୁଁ ଘରକୁ ଫେରି ଆସିଛି, ଯେଉଁଥିପାଇଁ ମୁଁ ବହୁତ ଖୁସି। ୧୭ ମାସରେ, ତେଜସ୍ୱୀ ଯାଦବ ୫ ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦେଇଥିଲେ। ସେଥିପାଇଁ ମୁଁ ତେଜସ୍ୱୀ ଯାଦବଙ୍କର ଜଣେ ବଡ଼ ପ୍ରଶଂସକ। ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ଆରଜେଡିକୁ ସଦୃଢ଼ କରିବା ପାଇଁ କାମ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି