Masthead

ମାଗଣା ଭ୍ୟାକ୍ସିନ ଯୋଗାଇବେ ଚିରଞ୍ଜୀବ

ମୁମ୍ବାଇ (ବଡ ଖବର ବ୍ୟୁରୋ): କରୋନାର ଭୟାବହତା ବଢି ବଢି ଚାଲିଥିବା ବେଳେ କୋରୋନାରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସରକାର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ କରୋନା ସଂକ୍ରମଣ ଏତେ ମାତ୍ରାରେ ବଢିଲାଣି ଯେ ଭ୍ୟାକ୍ସିନର ଅଭାବ ଦେଖା ଦେଇଛି । ଏହାରି ମଧ୍ୟରେ ସାଉଥ ସୁପରଷ୍ଟାର ଚିରଞ୍ଜୀବି ସରକାରଙ୍କୁ ଏ ଭ୍ୟାକ୍ସିନ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି । ସେ ସିନେ ୱାରକର୍ସ ଓ ସାମ୍ବାଦିକଙ୍କ ପାଇଁ ମାଗଣାରେ ଭ୍ୟାକ୍ସିନ ଦେବାର ଘୋଷଣା କରିଛନ୍ତି । ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଚିରଞ୍ଜୀବିଙ୍କ ନେତୃତ୍ୱରେ ଚାଲୁଥିବା କୋରୋନା କ୍ରାଇସିସ ସଙ୍ଗଠନ ଆପୋଲୋ ହେଲଥ ସହ ମିଶି ଏହାକୁ ଘୋଷଣା କରିଛନ୍ତି । ମାଗଣା ଭ୍ୟାକ୍ସିନ ସହ ଅନ୍ୟାନ ମେଡିକାଲ ସପ୍ଲାଇ ମଧ୍ୟ କମ ଦାମରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ପ୍ରକ୍ରିୟାରେ ୪୫ ବର୍ଷରୁ ଉର୍ଦ୍ଧ ବୟସର ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବାର ଯୋଜନା କରାଯାଇଛି । ଏହାସହ ଚିରଞ୍ଜୀବି କହିଛନ୍ତି ଯେ ଭ୍ୟାକ୍ସିନ ଦେବା ପାଇଁ ସିନେ ୱାରକର୍ସ ମାନେ ସେମାନଙ୍କ ସହ ନିଜ ପତ୍ନୀଙ୍କୁ ମଧ୍ୟ ଆଣିପାରିବେ । ଗୋଟିଏ ମାସ ପର୍ୟ୍ୟନ୍ତ ଏହି ଭ୍ୟାକ୍ସିନ ପ୍ରକ୍ରିୟା ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ