ରାଜ୍ୟରେ ବାର୍ଡ ଫ୍ଲୁର ଭୟ ନାହିଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି । କରୋନା ସହିତ ଅନେକ ରାଜ୍ୟରେ ବାଡଫ୍ଲୁକୁ ନେଇ ଭୟର ବାତାବରଣ ଦେଖାଦେଲାଣି। । ଗତ କିଛି ଦିନ ମଧ୍ୟରେ ଏହି ଫ୍ଲୁ କାରଣରୁ ହଜାର ହଜାର ସଂଖ୍ୟାରେ ପକ୍ଷୀ ମଡକ ହୋଇଛି। ମଧ୍ୟପ୍ରଦେଶ ଭଳି ପରିସ୍ଥିତକୁ ଦୃଷ୍ଟିରେ ରଖି ଦକ୍ଷୀଣ ଭାରତରୁ କୁକୁଡ଼ା ମାଂସ ଆମଦାନିରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୧୧ ହଜାରରୁ ଅଧିକ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ସେଥିରୁ ଗୋଟିଏବି ପଜିଟିଭ ସାମ୍ନାକୁ ଆସିନି । ସେହେତୁ ରାଜ୍ୟରେ ବାର୍ଡ ଫ୍ଲୁ ର ଭୟ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତେବେ ଜିଲ୍ଲାପାଳଙ୍କୁ ରାପିଡ ରେସପନ୍ସ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟ ରାଜ୍ୟରେ ବାର୍ଡ ଫ୍ଲୁ ଭୟ ବଢୁଥିବାବେଳେ ଏହାକୁ ନେଇ ଆଗୁଆ ସତର୍ତକା ଅବଲମ୍ବର କରିଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’