Masthead

ଦୁର୍ବୃତ୍ତଙ୍କ ଆଖିମୁଜା ଗୁଳିମାଡ଼

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ୱାର ଥାନା ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ମୁଣ୍ଡମାଳ ଛକରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଗୁଳିମାଡ଼ । ଗାଡି ଭଙ୍ଗାରୁଜା ସହ ପରିବାରର ଦୁଇ ଜଣକୁ ପ୍ରବଳ ମାଡ଼ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚୌଦ୍ୱାର ସୁଲତାନନଗରରେ । କିଛି ଦୁର୍ବୃତ୍ତ ପ୍ରଭାସ କୁମାର ଦାସ ଘରେ ପହଂଚି ମୋବାଇଲରେ ଏକ ଫୋଟୋ ଦେଖାଇ ଏ ପିଲା ଏଠି ଚାକିରି କରିଛି ବୋଲି ଦାବି କରିବା ସହିତ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ ।

ସେଠାରୁ ପଳେଇ ଯାଇ କିଛି ସମୟ ପରେ ଦୁର୍ବୁତ୍ତ ଅଧିକ ପିଲାଙ୍କୁ ସାଙ୍ଗ ରେ ଆଣି ଦୁଇ ଭାଇଙ୍କୁ ବେଲଚାରେ ମାଡ଼ ମାରିବା ସହିତ ଗୁଳି ଚାଳନା କରିଥିଲେ ଏବଂ ଗାଡିକୁ ବାରମ୍ବାର ଗୁଳି ଚାଳନା କରୁଥିବାର ଦେଖାଯାଇଥିଲା । ଜାତୀୟ ରାଜପଥ କଡରେ ଏଭଳି ଘଟଣା ଘଟୁଥିବା ବେଳେ ପୁଲିସର ପିସିଆର ଭ୍ୟାନ ପହଂଚି ନପରିବା ଘଟଣା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି । ଏପରିକି ରାତିରେ ପ୍ରଭାସ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୁଲିସ ତଦନ୍ତ ଆରମ୍ଭ ନକରିବା ତାଙ୍କର ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି । ନିର୍ବାଚନ ସମୟରେ ଏହି ଘଟଣା ଚୌଦ୍ୱାର ଅଂଚଳରେ ଶାନ୍ତି ଶୃଙ୍ଖଳାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ପୀଡିତା ପରିବାର ଲୋକେ ସୁରକ୍ଷା ପାଇଁ ଦାବି କରିଥିବାର ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା