Masthead

ସକାଳେ ନାମାଙ୍କନ, ଅପରାହ୍ନରେ ଶକ୍ତି ପ୍ରଦର୍ଶନ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ସକାଳେ ନାମାଙ୍କନ ଓ ଅପରାହ୍ନରେ ଶକ୍ତି ପ୍ରଦର୍ଶନ କରି ଚର୍ଚ୍ଚାରେ ଅଛନ୍ତି ଧର୍ମଶାଳାର ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ। ଧର୍ମଶାଳା ନିର୍ବାଚନଣ୍ଡଳି ମହାସମରରେ ଗତକାଲି ଦେଖିବାକୁ ମିଳିଛି ଦୁଇଟି ପରସ୍ପର ବିରୋଧି ଭିନ୍ନ ଚିତ୍ର। ଗୋଟେ ପଟେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ସକାଳେ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିରାଡମ୍ବର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ହିମାଂଶୁ।

କିନ୍ତୁ ଅପରାହ୍ନରେ ସେ ନିଜର ଶକ୍ତି ପ୍ରଦର୍ଶନ କରି ପୁରା ଧର୍ମଶାଳାରେ ଆଲୋଡନ ସୃଷ୍ଟି କରିଛନ୍ତି। ହଜାର ହଜାର ସମର୍ଥକଙ୍କ ଗହଣରେ କୁଆଖିଆ ମେଳଣ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ବଜାର ଦେଇ ମହାବିନାୟକ ମନ୍ଦିର ପର୍ଯ୍ୟନ୍ତ ଯିବା ରାସ୍ତାରେ ବର୍ଷା ବାଧକ ସାଜିଥିଲେ ମଧ୍ୟ ସମାର୍ଥକଙ୍କ ଉତ୍ସାହ ପରିଲକ୍ଷିତ ହୋଇଥଲା। ରାଜନୀତିର ଏଭଳି ରୋଚକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ଜୟ ଶ୍ରୀରାମ ନାରା ସାଙ୍ଗକୁ ହିମାଂଶୁଙ୍କ ପ୍ରତି ଥିବା ଜନ ସମର୍ଥନ ସମର୍ଥକ ଓ କର୍ମୀଙ୍କ ମନରେ ଏକ ନୂଆ ଉତ୍ସାହ ଭରି ଦେଇଛି।

ଆଜି ବିଜେପି ପ୍ରାର୍ଥୀନୀଙ୍କ ନାମାଙ୍କନ ଥିବା ବେଳେ ହିମାଂଶୁଙ୍କ ବିଶାଳ ଶୋଭାଯାତ୍ରା ବିଜେପି ଉପରେ ଭାରି ପଡିଛି। ବିଜେପି ଟିକେଟରୁ ବଞ୍ଚିତ ହିମାଂଶୁ ଦଳୀୟ ନେତୃତ୍ବକୁ ଏକ ପ୍ରକାର ଖୋଲା ଆହ୍ବାନ ଦେଇ ସମର୍ଥକ ମାନଙ୍କୁ ନିଜ ଆଡକୁ ନେବାରେ ସଫଳ ହୋଇଥିବା ଆଜିର ଶୋଭାଯାତ୍ରାରୁ ବାରି ହୋଇ ପଡିଛି। ଲିକୁଙ୍କ ଶୋଭାଯାତ୍ରା ଧର୍ମଶାଳା ନିର୍ବାଚନୀ ଗଣିତକୁ ଓଲଟ ପାଲଟ କରି ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା