Masthead

ଧଳା ଜହର ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଧଳା ଜହରର ପେଣ୍ଠସ୍ଥଳ ପାଲଟିଛି ପଦାସାହି ଗାଁ । ଧଳା ଜହର ପାଇଁ ଜୀବନ ହାରିଛନ୍ତି ଯୁବକ । ମୃତ ଯୁବକ ଜଣକ ହେଲେ ନନ୍ଦନକାନନ ଥାନା ପଦାସାହି ଗାଁର ଦିଗନ୍ତ ମହାନ୍ତି । ଦିଗନ୍ତ ଅନେକଦିନ ହେଲା ଧଳାଜହର ନିଶାରେ ବୁଡି ରହି ରହୁଥିଲେ । ବାକି କରି ନିଶା ମଧ୍ୟ ଖାଉଥିଲେ । ତେବେ ମଙ୍ଗଳବାର ରତିରେ ବାକି ଟଙ୍କା ଶୁଝିବା ପାଇଁ ଘରେ ଟଙ୍କା ମାଗିଥିଲେ । ସେହି ଟଙ୍କାରେ ଦିଗନ୍ତ ଜଣେ ବେପାରୀଠାରୁ ଧଳାଜହର କିଣି ସାଙ୍ଗମାନଙ୍କ ସହ ମିଶି ଏହାକୁ ଖାଇଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଗନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ବୁଧବାର ସକାଳେ ପଦାସହି-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଥିବା ତାଙ୍କ ନିଜ ବଗିଚାରେ ଏକ ରଶି ଲଗାଇ ଅତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ