Masthead

ଠକେଇ ଅଭିଯୋଗରେ ଗିରଫହେଲେ ସାଇଟ୍ରଷ୍ଟର ଅଧ୍ୟକ୍ଷ

ଚୌଦ୍ୱାର(ବଡ଼ ଖବର ବ୍ୟୁରୋ)  ଦିର୍ଘ ଦିନରୁ ଚାଲିଥିଲା ଟ୍ରଷ୍ଟ ନାଁରେ କୋଟି କୋଟି ଟଙ୍କା ଲୁଟ୍ । ଧରି ପାରିଲାନି ଓଡ଼ିଶା ପୋଲିସ । ଶେଷରେ ଛତିଶଗଡ଼ ରୁ ଆସି ଧରିଲା ଛତିଶଗଡ଼ ପୋଲିସ । ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସାଇଟ୍ରଷ୍ଟ ର ମୁଖ୍ୟ ଦୀପକ ବରାଡ଼ଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି।ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡା ଛକ ଠାରେ ସାଇଟ୍ରଷ୍ଟ ନାମକ ସଂସ୍ଥା ଖୋଲି ସେଠାରେ କାର୍ୟ୍ୟାଳୟ ଚଳାଉଥିଲା ଦୀପକ କୁମାର ବରାଡ଼ । ସାଇ ବେବି ଫୁଡ଼, ସାଇ କୁଟୀର ଆଦି ବିଭିନ୍ନ ଯୋଜନା କରି ଲୋକ ମାନଙ୍କୁ ଠକୁଥିଲା ଦୀପକ । ରାଜ୍ୟର ୩୦ଟି ଜିଲ୍ଲା ସମେତ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା ଏହି ଟ୍ରଷ୍ଟ । ଲୋକମାନଙ୍କୁ ପ୍ରଭାବିତ କରିବାପାଇଁ ବଡ଼ ବଡ଼ ସଭାର ଆୟୋଜନ କରି ଲୋକଙ୍କୁ ଭୁଁଆ ବୁଲାଉଥିଲା ଦୀପକ । ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଏହି ଟ୍ରଷ୍ଟ ଅଧୀନ ରେ କାର୍ୟ୍ୟ କରୁଥିଲେ ।ତେଵେ ରାଜ୍ୟର ଅନେକ ସ୍ଥାନ ରୁ କୋଟି କୋଟି ଟଙ୍କା ଠକେଇ କରି ଓଡ଼ିଶା ପୋଲିସ ଛତ୍ରଛାୟା ତଳେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା ଦୀପକ । ଶେଷରେ ଛତିଶଗଡ଼ ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିଥିବାର ଅଭିଯୋଗ ଛତିଶଗଡ ଥାନାରେ ହୋଇଥିଲା । ଛତିଶଗଡ ପୋଲିସ ରାଜସୁନାଖଳା ଫାଣ୍ଡି ପୋଲିସ ସହାୟତା ରେ ଦୀପକ ବରାଡ଼ଙ୍କୁ ଗିରଫ କରିଛି । ଛତିଶଗଡ଼ ପୋଲିସ ଦୀପକଙ୍କୁ ଅଧିକ ପଚାରା ଉଚରା କରିବା ସହିତ ଏହି ଠକେଇ ର ଚେର କେତେ ବାଟ ଲମ୍ବିଛି ଅନୁସନ୍ଧାନ ଜାରି ରଖିଛି ।ତେବେ ଏତେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ଦୀପକ ବରାଡ଼ ନିଜର କଳା ସାମ୍ରାଜ୍ୟ ଚଲାଉଥିଲା ହେଲେ ସ୍ଥାନୀୟ ପୋଲିସ କେମିତି କିଛି ଜାଣିପାରିଲାନି ଏବେ ଏହା ସାଧାରଣ ରେ ଚର୍ଚ୍ଚା ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା