Masthead

ସେପ୍ଟେମ୍ବର ୨୨ରେ ୱାୟନାଡ଼ ଉପନିର୍ବାଚନ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳର ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁରତ କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଶୁଣାଇବା ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଏହି ଲୋକସଭା ଆସନ ବର୍ତ୍ତମାନ ଖାଲି ପଡ଼ିଛି । ଏସମ୍ପର୍କରେ ଲୋକସଭା ସଚିବାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ସେଠାରେ ଉପନିର୍ବାଚନ ହେବ କି ନାହିଁ ନିଷ୍ପତ୍ତି ନିର୍ବାଚନ କମିଶନଙ୍କର । ଏବେ ନିର୍ବାଚନ କମିଶନଙ୍କ କୋର୍ଟରେ ୱାୟନାଡ ଉପନିର୍ବାଚନ ବନ୍ଦ ।

ନିର୍ବାଚନ କମିଶନ ୱାୟନାଡ ଲୋକସଭା ସେଗମେଣ୍ଟରେ କେବେ ଉପନିର୍ବାଚନ ହେବ ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଆସନ୍ତା ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ବିଧି ଥିବାରୁ ସେପ୍ଟେମ୍ବର ୨୨ରେ ୱାୟନାଡରେ ଉପନିର୍ବାଚନ ହୋଇପାରେ । ଜନପ୍ରତିନିଧି ଆଇନର ୧୫୧ (କ) ଧାରା ଅନୁସାରେ ଖାଲି ପଡ଼ିଥିବା ପାର୍ଲାମେଣ୍ଟ ଆସନ ଓ ବିଧାନସଭା ଆସନରେ ୬ ମାସ ଭିତରେ ପୁର୍ନବାର ନିର୍ବାଚନ କରିବା ପାଇଁ ବାଧ୍ୟ । ଏହି ଆଧାରରେ ଆସନ୍ତା ସେପ୍ଟେମ୍ବର ୨୨ ସୁଦ୍ଧା ୱାୟନାଡରେ ଉପନିର୍ବାଚନ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ