Masthead

ଇଦ ପର୍ବରେ ଉଦ୍ଧାର ହେଲା ଗୋରୁ ବୋଝେଇ ଗାଡି

କାକଟପୁର(ବଡ଼ ଖବର ବ୍ୟୁରୋ):ଗତକାଲି ଥିଲା ମୁସଲିମ ସମ୍ପ୍ରଦାୟର ବଡ ପର୍ବ ଇଦ । ଏହି ପର୍ବରେ ପଶୁମାନଙ୍କୁ ବଳି ଦେଇ ତାଙ୍କ ମାଂସ ଖାଇବା ପ୍ରଥା ରହିଥିବାବେଳେ ଗତକାଲି ପୁରୀ ଜିଲ୍ଲା କାକଟପୁର ନୟାହାଟ ଅଞ୍ଚଳର ମୁଖ୍ୟ ରାସ୍ତା ଦେଇ ଏକ ଭ୍ୟାନରେ ୧୫ରୁ୨୦ ଗାଈ ସମେତ ବାଛୁରୀର ହତ୍ୟା ପାଇଁ ବେଆଇନ ଭାବରେ ଚଲୋଣ ହେବା ବିଫଳ ହୋଇଛି ଗୋ ମାଫିଆଙ୍କର । ମୁସଲିମ ଓ ହିନ୍ଦୁ ମିଳିତ ଭାବରେ ଏକାଠି ହୋଇ ଗୋଚାଲାଣ ଗାଡିକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ନୟାହାଟ ଅଞ୍ଚଳରୁ ପ୍ରତିଦିନ ଅନେକ ଗାଈ ବାଛୁରୀ ଗାଡ଼ିରେ ବୋଝେଇ ହୋଇ ବାହାର ରାଜ୍ୟକୁ ପଠାଯାଉଥିବାର ଦୃଶ୍ୟ ପୂର୍ବରୁ ରହିଛି । ଦିନକୁ ଦିନ ଗୋ-ଚାଲାଣ ଗୋ-ହତ୍ୟା ବଢିବା କାରଣରୁ, ଅନେକ ସମୟରେ ହିନ୍ଦୁ ମୁସଲିମ ଭାଇଚାରା ଖରାପ ହେଉଛି । ଗୋହତ୍ୟା କରୁଥିବା, ଅମାନୁଷିକତା ଭାବରେ ଗୋଚାଲାଣ କରୁଥିବା ଗୋମାଫିଆଙ୍କ ବିରୋଧରେ ଦୃଢ଼ ଆଇନ ଆସିବା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଉଚିତ ବୋଲି ଗୋ-ଗାଡି ଅଟକାଇଥିବା ହିନ୍ଦୁ ମୁସଲିମ ବ୍ୟକ୍ତି ବିଶେଷ ମାନେ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ