Masthead

ରାଜସ୍ଥାନ, ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଫାଇନାଲ, ସନ୍ଧ୍ୟାରେ ହେବ ନାଁ ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଫାଇନାଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିଛି ମୋହର । ଆଜି ସନ୍ଧ୍ୟାରେ ଘୋଷଣା ହେବ ନାଁ । ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ପରେ ନାଁ ଘୋଷଣା କରାଯିବ । ଉଭୟ ରାଜ୍ୟରେ ନୂଆ ଚେହେରା ଦେଇପାରେ ବିଜେପି । ରାଜସ୍ଥାନରେ ବିଜେପି ପାଇଁ କଣ୍ଟା ସାଜିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ଦୀର୍ଘ ତିନି ଦିନ ଧରି ଦିଲ୍ଲୀରେ ଦଳର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ମଧ୍ୟ ତାଙ୍କର ବିଦ୍ରୋହ ମନୋଭାବ ହ୍ରାସ ପାଇନାହିଁ । ତାଙ୍କୁ ଏକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି ।

ଗୋଟିଏ ବର୍ଷ ପରେ ସେ ନିଜେ ସିଏମ୍ ପଦ ଛାଡିବେ ବୋଲି କହିଛନ୍ତି । କିନ୍ତୁ ନେତୃତ୍ୱ ତାଙ୍କୁ ବିଧାନସଭା ବାଚସ୍ପତି ହେବାକୁ କହିଥିଲେ। ବସୁନ୍ଧରା ରାଜେ ବାଚସ୍ପତି ହେବାକୁ ସ୍ପଷ୍ଟ ମନା କରିଦେଇଥିବା ଜଣାପଡିଛି । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଆଜି ସନ୍ଧ୍ୟାରେ ହେବାକୁ ଥିବା ଦୁଇ ରାଜ୍ୟର ବିଧାୟକ ଦଳର ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ଗତକାଲି ଛତିଶଗଡ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ଦଳ । ଛତିଶଗଡର ପ୍ରଥମ ଆଦିବାସି ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କୁ ଦାୟିତ୍ୱ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା