Masthead

ରହସ୍ୟଘେରରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ନେଇ ସସପେନ୍ସ ଲାଗି ରହିଛି। ଗଛରେ ଝୁଲି ଜୀବନ ଯାଇଛି ନା ତାକୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହା ଏଯାଏ ସ୍ପଷ୍ଟ ହୋଇନି। କିନ୍ତୁ ପରିବାର ଲୋକଙ୍କ ସଙ୍ଗୀନ ଅଭିଯୋଗ ତାକୁ କିଏ ମାରି ଗଛରେ ଝୁଲାଇ ଦେଇଛି। ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ରହସ୍ୟଘେରରେ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ତିନି ଦିନ ପରେ ବି ମୃତ୍ୟୁର କାରଣ ଜଣା ପଡ଼ିନି। ଝିିଅର କାହା ସଙ୍ଗେ ଝଗଡା ନଥିବାରୁ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକେ । ସେପଟେ ଘଟଣା ନେଇ ସାଇଣ୍ଟିଫିକ ଟିମ୍ ଓ ପୋଲିସ ତଦନ୍ତ ଜାରି ରହିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବ ବୋଲି କହିଛନ୍ତି ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା। ହେଲେ ପରିବାର ପକ୍ଷରୁ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ।

ସୂଚନା ଅନୁସାରେ ଏପ୍ରିଲ ୨୯ ତାରିଖ ଦିନ କଲେଜ ବାହାନା କରି ହଷ୍ଟେଲରୁ ସ୍କୁଟି ଧରି ଅନ୍ୟ କୁଆଡେ଼ ବାହାରିଥିଲେ ରଞ୍ଜୁ ଦଣ୍ଡସେନା। ପାଟଣାଗଡ଼ ଜବହାରଲାଲ କଲେଜର ରାଜନୀତି ବିଜ୍ଞାନର ଶେଷ ବର୍ଷ ଛାତ୍ରୀ ରଞ୍ଜୁ କାଦୋପଡା ହଷ୍ଟେଲ ସହପାଠୀଙ୍କୁ ଶୀଘ୍ର ଆସୁଛି କହି ବାହାରକୁ ଯାଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଏନେଇ ସାଙ୍ଗମାନେ ହଷ୍ଟେଲ ମାଲିକ ମଦନ ମୋହନ ମେହେରଙ୍କୁ ଜଣାଇଥିଲେ। ହଷ୍ଟେଲ ମାଲିକ ତାଙ୍କ ଘର ଲୋକଙ୍କୁ ଫୋନ କରି ଚୁପ୍ ରହି ଯାଇଥିଲେ ହଷ୍ଟେଲ ମାଲିକ। ଏପରିକି ରାତି ୧୦ଟା ପରେ ବି ଛାତ୍ରୀ ଜଣକ ହଷ୍ଟେଲ ଫେରି ନଥିଲେ ମଧ୍ୟ ଏନେଇ ମାଲିକ ଥାନାକୁ ଜଣାଇଥିଲେ। ତା ପର ଦିନ ଯୁବତୀଙ୍କ ମୃତଦେହ ଗଙ୍ଗାସାଗର ନିକଟ ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ ଉଠୁଛି, ରାତି ୧୦ଟା ପରେ ଛାତ୍ରୀ ଫେରି ନଥିଲେ ବି କାହିଁକି ଥାନାକୁ ଜଣାଇନଥିଲେ ହଷ୍ଟେଲ ମାଲିକ। ହଷ୍ଟେଲରେ ୨୦ରୁ ଅଧିକ ଝିଅଙ୍କୁ ରଖିବା କେବଳ ଟଙ୍କା ରୋଜଗାର ପାଇଁ ନୁହେଁ, ସେମାନଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ହଷ୍ଟେଲ ମାଲିକଙ୍କର। କିନ୍ତୁ ସେଦିନ ରାତିରେ ପୋଲିସକୁ ଖବର ନଦେଇ ଚୁପ୍ ରହିବା ତାଙ୍କ ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ