Masthead

ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ , ଆସିଲା ବିସ୍ଫୋରଣକାରୀଙ୍କ ପ୍ରଥମ ଫୁଟେଜ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ଅମୃତସର ସ୍ୱର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଲା ବିସ୍ଫୋରଣକାରୀଙ୍କ ପ୍ରଥମ ଭିଡିଓ । ଏମାନେ ପୋଲିସଙ୍କ ଠାରୁ ଖସିବା ପାଇଁ ଚେଷ୍ଟା କରୁଥିଲେ । ଅମୃତସରର ସ୍ୱର୍ଣ୍ଣମନ୍ଦିର ନିକଟରେ ଗୁରୁବାର ସକାଳେ ବିସ୍ଫୋରଣ ଶଦ୍ଦ ଶୁଣିବାକୁ ମିଳିଥିଲା । ସକାଳ ପ୍ରାୟ ୧୨.୩୦ରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । କାହାର ମୃତ୍ୟୁ ହୋଇନାହିଁ ।

ଏଥିସହିତ ସିସିଟିଭି ଫୁଟେଜରୁ ଦୁଇଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରେ ସେମାନେ ଏକ ବାରଣ୍ଡାରେ ଗୁପ୍ତ ଭାବରେ ଆସୁଥିବା ଏବଂ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଦୁହେଁ ଅତି ଚତୁରତାର ସହ ଭିତରର ବାରଣ୍ଡାରେ ଶୋଇବାକୁ ଯାଇଥିଲେ। ପଞ୍ଜାବ

ସେପଟେ ପୋଲିସ କମିଶନର ନୈନିହାଲ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଞ୍ଜାବର ବାସିନ୍ଦା। ସେମାନେ ଲୋକାଲ ଟେରର୍‌ ନେଟଓ୍ବର୍କ ସହ ଜଡିତ ଅଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ଶାନ୍ତଶୃଙ୍ଖଳା ନଷ୍ଟ କରିବା। ଘଟଣାସ୍ଥଳକୁ ପୋଲିସ୍‌ ସିଲ କରିଛି ଏବଂ ସେଠାକୁ ଫରେନସିକ୍‌ ଟିମ୍‌କୁ ପଠାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’