Masthead

ଭତ୍ତା ପାଇଁ ସଙ୍ଘର୍ଷ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):  ଭତ୍ତା ପାଇଁ ଚାଲିଛି ସଂଘର୍ଷ । କଳାହାଣ୍ଡି ଜିଲ୍ଲାରୁ ଆସିଛି ଅଭାବନୀୟ ଦୃଶ୍ୟ । ଯେଉଁଠି ୫୦୦ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ୮୦ ବର୍ଷୀୟ ବୃଦ୍ଧା । ଅଣ୍ଟା ସିଧା ହେଉନି ହାତରେ ବାଡ଼ି ଖଣ୍ଡେ ଧରି ନଇଁ ନଇଁ ଚାଲିଛନ୍ତି । ଦେହରେ ବି ଆଉ ବଳ ନାହିଁ ଟିକେ ଚାଲି ଟିକେ ଅଟକି ପୁଣି ଟିକେ ଚାଲୁଛନ୍ତି ।

ଦୀର୍ଘ ୫ କିଲୋମିଟର ଅତିକ୍ରମ କଲା ପରେ ଯାଇ ପହଁଚିବେ ଲକ୍ଷ ସ୍ଥଳରେ । କୋକସରା ବ୍ଲକ ଦର୍ଲିପଡା ଗାଁର ପିତବତୀ ପାଳି । ନିଜ ଗାଁରେ ବ୍ୟାଙ୍କ ନ ଥିବାରୁ ୫ କିଲୋମିଟର ଦୂରରେ ଥିବା ଟେମେରା ମିନି ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠେଇବା ପାଇଁ ଚାଲି ଚାଲି ଯାଉଛନ୍ତି । ସରକାର ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ବ୍ୟାଙ୍କକୁ ନିର୍ଦେଶ ଦେଇଥିଲେ ବି ବାରମ୍ବାର ଏହି ଭଳି ଦୃଶ୍ୟ ସାମ୍ନାକୁ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?