Masthead

କଂଗ୍ରେସ ରାଜନୀତିକୁ ଗୁରୁତର ନେଉନାହିଁ: ମମତା ବାନାର୍ଜୀ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଲାଗୁଥିଲା ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଶାସକ ଦଳ ବିରୁଦ୍ଧରେ ଲଢେଇ କରିବେ । ବିଶେଷ କରି ତୃଣମୂଳ କଂଗ୍ରେସ ଓ କଂଗ୍ରେସ ପକ୍ଷରୁ ଅଧିକ ଆଶା ରଖାଯାଉଥିଲା । ହେଲେ ଏପରି ନହୋଇ ବର୍ତ୍ତମାନ ଦୁଇ ଦଳ ବାରମ୍ବାର ମୁହାଁମୁହିଁ ହେବାରେ ଲାଗିଛନ୍ତି । ତେବେ କଂଗ୍ରେସ ସିରିୟସ ନୁହଁ ।

ଏପରି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଶକ୍ତିଶାଳୀ ହେବେ । କଂଗ୍ରେସ ରାଜନୀତିକୁ ଗୁରୁତର ନେଉନାହିଁ । ଏପରିକି କଂଗ୍ରେସ ମହାମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ନେଉନାହିଁ ବୋଲି ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ କଂଗ୍ରେସକୁ ପୂର୍ବରୁ ସୁଯୋଗ ମିଳୁଥିଲା । କିନ୍ତୁ ସେମାନେ ପଶ୍ଚିମବଙ୍ଗରେ ବିଜେପି ବଦଳରେ ତାଙ୍କ ବିରୋଧରେ ଲଢିଥିଲେ । ଏହା ସହ ଟିଏମସି ଗୋଆର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ