Before Header

ହାତୀ ଛାଡ଼ି ସାଇକେଲରେ ମିଶିଲେ ୬ ବିଧାୟକ

0 40

ବଡ଼ ଖବର ବ୍ୟୁରୋ: ମୟାବତୀଙ୍କ ବହୁଜନ ସମାଜ ପାର୍ଟିକ ବଡ଼ ଝଟକା । ୬ ଜଣ ବିଏସପି ବିଧାୟକ ହାତୀ ଛାଡ଼ି ସାଇକେଲରେ ମିଶିଛନ୍ତି । ଅର୍ଥାତ ଜାତିକୁ ନେଇ ରାଜନୀତି କରୁଥିବା ମୟାବତୀଙ୍କ ବହୁଜନ ପାର୍ଟିର ୬ ଜଣ ବିଧାୟକ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶରେ ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ଏନେଇ ସମସ୍ତ ଦଳ ନିଜ ନିଜର ଋଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏପରି ଘଟଣା ସାମ୍ନାକୁ ଆସିବା ବହୁଜନ ସମାଜ ବାଦ ପାର୍ଟି ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଭାରତୀୟ ଜନତା ପାର୍ଟିର ବିଧାୟକ ମଧ୍ୟ ପଦ୍ମ ଛାଡ଼ି ସାଇକେଲ ଧରିଛନ୍ତି । ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେମାନେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

 

Leave A Reply

Your email address will not be published.