Masthead

ଜୀବନ ଜୀବିକା ଦୋଛକିରେ: କରୋନା ଛଡାଇ ନେଇଛି ପିତ୍ତଳ କାରିଗରଙ୍କ ବେଉସା

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଖ୍ୟାତି ଅର୍ଜନ କରିଥିବା ଜଗମୋହନ ଗ୍ରାମର ୫ଶହରୁ ଉର୍ଦ୍ଧ୍ବ ପିତ୍ତଳ କାରିଗରଙ୍କ ଜୀବନ ଜୀବିକା ଏଵେ ଦୋଛକିରେ । କରୋନା ଛାଟରେ ଉଜୁଡି ଯାଇଛି ସେମାନଙ୍କ ବେଉସା। ଦୀର୍ଘ ଏକ ବର୍ଷ ଧରି କୋଭିଡ ମହାମାରୀ ସହ ଲକଡାଉନ ଓ ସର୍ଟଡାଉନ କଟକଣା, କଂସାରୀମାନଙ୍କ ଭାଗ୍ୟକୁ ଦୁର୍ବିସହ କରିଛି । ସକାଳ ହେବା ମାତ୍ରକେ ଗାଁ ମୁଣ୍ଡରେ ଶୁଭୁଥିଲା କଂସା ଓ ପିତ୍ତଳ ତିଆରି ସମୟର ଠଣ ଠଣ ଶଦ୍ଧ । ହେଲେ ଏହି ଶଦ୍ଧ କରୋନା କଟକଣା ଭିତରେ କାଁ ଭାଁ ଶୁଭୁଛି । ବେଉସା ଉଜୁଡି ଯାଇଥିବାରୁ କଂସା ଓ ପିତ୍ତଳ କାରିଗରମାନେ ଆଉ କାମ କରୁନାହାନ୍ତି । ହେଲେ ପେଟ ବଞ୍ଚାଇବା ପାଇଁ କେହି କେମିତି କାମ କରିବାକୁ ବାଧ୍ୟ ହେଉଛନ୍ତି । ବେପାର ନଥିବାରୁ ଏବେ ଭାଗ୍ୟକୁ ନିନ୍ଦିବା ଛଡା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ ।

ସେପଟେ କଂସା ପିତ୍ତଳ କାରିଗରମାନଙ୍କ ଜୀବନକୁ ନୂତନ ପାଶ୍ଚାତ୍ୟ ରୂପ ଓ ଆର୍ଥିକ ସ୍ଥିତିକୁ ସୁଧାର ପାଇଁ ଶ୍ରୀୟା ନାମକ ଏକ ଏନଜିଓ ସଂସ୍ଥା ସମସ୍ତଙ୍କ ନାମ ପଞ୍ଜିକରଣ କରି ଗ୍ରାମରେ ଏକ ଗୃହ କରି କୋଟିକୋଟି ଲୁଟିଚାଲିଛି । ବିଶ୍ବ ମହାମାରୀ କରୋନା ସହର ଅପେକ୍ଷା ଗ୍ରାମାଞ୍ଚଳରେ ଜୀବନ କାଟୁଥିବା ଲୋକଙ୍କୁ ଅଧିକ ପ୍ରଭାବିତ କରିଛି । ମୁଖ୍ୟତଃ ରୋଜଗାର ଛଡାଇଛି । ଆଉ ଦିନକୁ ଓଳିଏ ଦାନା ପାଇଁ ଯନ୍ତ୍ରଣା ଜୀବନ କାଟୁଛନ୍ତି । ସରକାର ଚାହିଁଲେ ତାଙ୍କ ଜୀବନ ସୁରଖୁର ହୋଇ ରୋଜଗାରକ୍ଷମ ହେବେ ବୋଲି ପିତ୍ତଳ କାରିଗରମାନେ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ