ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟ ମହିଳା ସଭାପତି ବନ୍ଦିତା ପରିଡାଙ୍କ ସହ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ପିହୁ ଘରକୁ ଯାଇଥିଲେ । ବରୀ ବିଧାନସଭା ପାର୍ଥି କଂଗ୍ରେସ ଉମେଶ ଜେନା, ବିଂଝାରପୁର ବିଧାନସଭା ପାର୍ଥି କଂଗ୍ରେସ ମନୋରଞ୍ଜନ ଦାସ, ଯାଜପୁର ଜିଲ୍ଲା ଉପସଭାପତି ରାହାସ ବିହାରୀ ଦାସ, ଆଲୋକ ବେହେରା ଏବଂ ଅନେକ କଂଗ୍ରେସ ଦଳ କର୍ମୀ ପିହୁର ପରିବାରକୁ ସମବେଦନା ଜଣାଇଥିଲେ । ଆଗାମୀ ଦିନରେ କିପରି ପିହୁକୁ ନ୍ୟାୟ ମିଳିବ ସେଥିପାଇଁ ଏବଂ ପିହୁ କେଶ କିପରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ସେଥିପାଇଁ ଆଗକୁ ମଧ୍ୟ କଂଗ୍ରେସ ଅନେକ ଆନ୍ଦୋଳନ କରିବ ବୋଲି ରାଜ୍ୟ ମହିଳା ସଭାପତି କହିଛନ୍ତି ।