Masthead

‘ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭାରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦମଦାର ଭାଷଣ । ଜଗତର ନାଥ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କହିଲେ ସମସ୍ତେ ବାଃ ବାଃ କଲେ । ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍‌ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ କହି ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି। ସେ କହିଛନ୍ତି, ମୁଁ ଜଗନ୍ନାଥ ଧାମ ପୁରୀରୁ ଆସିଛି। ଆଜି ମୁଁ ଏଠାରେ ଗର୍ବର ସହ କହୁଛି ଜୟ ଜଗନ୍ନାଥ।

ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି। କଳିଙ୍ଗ ରାଜା ଅଶୋକଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ଲୋକତନ୍ତ୍ର ସ୍ଥାପିତ ହୋଇଥିଲା। କଳିଙ୍ଗର ସବୁକିଛି ଭଗବାନ ଜଗନ୍ନାଥ। ଆମର ସର୍ବେସର୍ବା ନାରାୟଣ ସ୍ବୟଂ ହେଉଛି ପ୍ରଭୁ ଜଗନ୍ନାଥ। ତାଙ୍କର ପ୍ରତିନିଧି ଗଜପତି ମହାରାଜ। ଏ ଜଗତରନାଥ ରତ୍ନସିଂହାସନରୁ ଓହ୍ଲାଇ ବର୍ଷରେ ଥରେ ଗରିବଙ୍କୁ ଦେଖିବାକୁ ଆସନ୍ତି, ଯେଉଁମାନେ ତାଙ୍କ ପାଖକୁ ଯାଇପାରନ୍ତି ନାହିଁ। ଏହା ହିଁ ହେଉଛି ଲୋକତନ୍ତ୍ର। ଯେତେବେଳେ ପ୍ରଭୁ ରଥାରୁଢ ହୁଅନ୍ତି, ସେତେବେଳେ ଗଜପତି ମହାରାଜ ନିଜ ହାତରେ ଝାଡୁ ଧରି ଜଗନ୍ନାଥଙ୍କ ଆଗରେ ସଫେଇ କରନ୍ତି। ସେଦିନ ସେ ସଫେଇ କର୍ମଚାରୀ ହୋଇଯାନ୍ତି।

ଏହି କାରଣରୁ ଓଡ଼ିଶାରେ ଜାତିପ୍ରଥା ନାହିଁ। କାରଣ ଆମ ରାଜାଙ୍କୁ ଝାଡୁ ଧରିବାକୁ ପଡ଼ିଥାଏ। ଏହା ଲୋକତନ୍ତ୍ରର ମହିମା। ଜଗନ୍ନାଥଙ୍କ ସାମ୍ନାରେ ଲୋକତନ୍ତ୍ର ଚାଲିଥାଏ। ମୁଁ ଗର୍ବର ସହ ନିଜକୁ ଉତ୍କଳବାସୀ ବୋଲି କହୁଛି। ଯେଉଁ ପର୍ଯ୍ୟନ୍ତ ସନାତନ ଅଛି,ସେପର୍ଯ୍ୟନ୍ତ ଭାରତବର୍ଷରେ ଲୋକତନ୍ତ୍ର ରହିବ ବୋଲି ସେ କହିଛନ୍ତି। ସମ୍ବିତ ଭାଷଣ ଶୁଣି ବାକି ଏମ୍‌ପିମାନେ ଟେବୁଲ ବାଡେଇ ସ୍ବାଗତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ